NATIONALPOLITICSTOP STORIES

ରାହୁଲଙ୍କ ରୋଡ଼ ଶୋ’ ସମୟରେ ବିସ୍ଫୋରଣ

ଜବଲପୁର, ୭ା୧୦ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏକ ବଡ଼ଧରଣର ତ୍ରୁଟି ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଜବଲପୁରରେ ଏକ ରୋଡ଼ସୋ ·ଲିଥିବା ବେଳେ ହଠାତ୍ ରାହୁଲଙ୍କ ବାହନ ନିକଟରେ ବିସ୍ଫୋରଣ ଘଟିଥିଲା । ଏହି ର‌୍ୟାଲିରେ ସାମିଲ ହୋଇଥିବା ଲୋକମାନେ ଆଣିଥିବା ବେଲୁନ୍ରେ ନିଆଁ ଲାଗିବା ଫଳରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣରେ କେହି ଆହତ ହୋଇନଥିଲେ । ରାହୁଲଙ୍କ ଗାଡ଼ି ଆସିବା ସମୟରେ କିଛି କର୍ମକର୍ତ୍ତା ତାଙ୍କ ଆଳତୀ ପାଇଁ ଦୀପ ଧରି ଆସୁଥିବା ବେଳେ ନିକଟରେ ଥିବା ଗ୍ୟାସ ବେଲୁନ୍ଗୁଡ଼ିକରେ ନିଆଁ ଲାଗି ଯାଇଥିଲା । ଏହାଫଳରେ ଏକ ବଡ଼ଧରଣର ଧମାକା ହୋଇଥିଲା । ରାହୁଲଙ୍କ ସହ ବିସ୍ଫୋରଣ ସମୟରେ କଂଗ୍ରେସର ବରିଷ୍ଠ ନେତା କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିଲେ । ବିସ୍ଫୋରଣ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ôଚ ସିଲ୍ କରିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close