CRICKETNEWSSPORTSPORTSTOP STORIES

ଶ୍ରୀଲଙ୍କାକୁ ପରାସ୍ତ କରି ଅଣ୍ଡର-୧୯ ଏସିଆ କପ୍ ହାସଲ କଲା ଭାରତ

ଢାକା, ୭ା୧୦ : ନିକଟରେ ଭାରତୀୟ ସିନିଅର ଦଳ ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ ହେବାରେ ସଫଳ ହୋଇଥିଲା । ଏବେ ଭାରତର ଅଣ୍ଡର ୧୯ ଦଳ ମଧ୍ୟ ଏହି କମାଲ ଦୋହରାଇବାରେ ସଫଳ ହୋଇଛି । ଢାକାରେ ଚାଲିଥିବା ଅଣ୍ଡର ୧୯ ଏସିଆ କପ୍ ଫାଇନାଲରେ ଭାରତୀୟ ଦଳ ରବିବାର ଶ୍ରୀଲଙ୍କାକୁ ୧୪୪ ରନ୍ରେ ପରାସ୍ତ କରି ଟାଇଟଲ ବିଜୟୀ ହୋଇଛି । ଏହା ଅଣ୍ଡର ୧୯ ଦଳର ଷଷ୍ଠ ଏସିଆ କପ୍ ଟାଇଟଲ ଅଟେ । ଏହା ପୂର୍ବରୁ ୧୯୮୯, ୨୦୦୩, ୨୦୧୨, ୨୦୧୪ ଓ ୨୦୧୬ରେ ଭାରତ ଏସିଆ କପ୍ ଜିତିଥିଲା । ରବିବାର ଅନୁଷ୍ଠିତ ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩ ୱିକେଟ୍ ବିନିମୟରେ ୩୦୪ ରନ୍ କରିଥିଲା । ଦଳର ଓପନର ୟସଶ୍ୱି ଜୟସୱାଲ ସର୍ବାଧିକ ୮୫ ରନ୍ କରିଥିବା ବେଳେ ଅନୁଜ ରାୱତ ୫୭, ଅଧିନାୟକ ପି ସିମ୍ରନ ସିଂ ୬୫, ଆୟୁଷ ବଡୋନୀ ୫୨ ଓ ପାଦିକଲ ୩୧ ରନ୍ର ଯୋଗଦାନ କରିଥିଲେ । ଶ୍ରୀଲଙ୍କା ତରଫରୁ ପରେରା, ସେନାରତ୍ନେ ଓ ୱେଲାଲାଗେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୩୦୫ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୩୮.୪ ଓଭରରେ ମାତ୍ର ୧୬୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ନିଶାନ ମାଦୁଷ୍କା ସର୍ବାଧିକ ୪୯ ରନ୍ କରିଥିଲେ । ଭାରତ ତରଫରୁ ହର୍ଷ ତ୍ୟାଗି ୬ଟି ୱିକେଟ୍ ନେଇଥିବା ବେଳେ ଦେଶାଇ ୨ଟି ଓ ଜାଙ୍ଗରା ଗୋଟିଏ ୱିକେଟ୍ ନେଇଥିଲେ । ଶେଷରେ ହର୍ଷତ୍ୟାଗି ମ୍ୟାନ ଅଫ୍ ଦି ମ୍ୟାଚ ଓ ଯଶସ୍ୱୀ ଜୟସ୍ୱାଲ ମ୍ୟାନ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close