CITY NEWSCRIMENEWSODISHATOP STORIES

ଟେଣ୍ଡର ବିବାଦକୁ ନେଇ ବରମୁଣ୍ଡା ରେ ବସ୍ ମାଲିକଙ୍କୁ ଗୁଳିମାଡ଼

ଭୁବନେଶ୍ୱର, ୮।୧୦ (ଓଡ଼ିଶା ଭାସ୍କର): ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ। ଘଟିଛି ଗୁଳିକାଣ୍ଡ। ଆଉ ଟେଣ୍ଡର ବିବାଦକୁ ନେଇ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ସୋମବାର ଭୋର୍ ସମୟରେ ଘଟିଥିବା ଏହି ଗୁଳିକାଣ୍ଡ ରେ ଜଣେ ବସ୍ ମାଲିକ ଆହତ ହୋଇ ଛନ୍ତି। ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । ‘ସମ୍ପର୍କ’ ନାମକ ବସ୍ ର ମାଲିକ୍ ପ୍ରୀତମ କୁମାର ଜେନାମଣିଙ୍କୁ ଗୁଳିମାଡ ହୋଇଛି । ଡାହାଣ ପଟ କାନ୍ଧରେ ଓ ପେଟରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଜେନାମଣିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୋଲେରୋରେ ୪ଦୁବୃର୍ତ ଆସି ଗୁଳିକରି ଫେରାର ହୋଇଯାଇଛନ୍ତି ।  ପୋଲିସ୍ ପହଂଚି ଛାନଭିନ୍ ଆରମ୍ଭ କରିଛି । ଟେଣ୍ଡର ବିବାଦକୁ ନେଇ ଏପରି ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନା କୁ ଆସିବ।

Show More

Related Articles

Leave a Reply

Your email address will not be published. Required fields are marked *

Close