INTERNATIONAL NEWSNEWSTOP STORIES

ଅର୍ଥନୀତିରେ ୱିଲିୟମ୍ ନରଧସ, ପଲ୍ ରୋମର୍ ଙ୍କୁ ମିଳିବ ନୋବେଲ

ଷ୍ଟକ୍ହୋମ୍, ୮ା୧୦ : ସୋମବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଅର୍ଥ ଶାସ୍ତ୍ରରେ ୨ ଜଣଙ୍କୁ ମିଳିତ ନୋବେଲ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । ଆମେରିକାର ୨ ଅର୍ଥନୀତିଜ୍ଞ ୱିଲିୟମ ନରଧସ ଏବଂ ପଲ୍ ରୋମରଙ୍କୁ ଚଳିତବର୍ଷର ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଜଳବାୟୁ ପରିବର୍ତ୍ତନ ଓ ପ୍ରଯୁକ୍ତିଗତ ଉଦ୍ଭାବନକୁ ଅର୍ଥନୀତି ସହ ଯୋଡ଼ିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ସେମାନଙ୍କୁ ପ୍ରଦାନ କରାଯିବ ବୋଲି ରୟାଲ ସ୍ୱିଡିସ୍ ଏକାଡେମୀ ପକ୍ଷରୁ କୁହାଯାଇଛି । ତାଙ୍କର ଏହି ଫର୍ମୁଲା ଯୋଗୁଁ ବଜାର ଅର୍ଥନୀତି କିପରି ଜଳବାୟୁ ଓ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେଉଛି ତାହାର ବିଶ୍ଲେଷଣ କରିବା ସହଜ ହୋଇପାରିବ । ୱିଲିୟମ ମ୍ୟାକ୍ରୋଇକୋନମିକ୍ସ ଆନାଲିସିସ୍ କ୍ଷେତ୍ର ସହ ଜଡିତ ଅଛନ୍ତି । ଏହା ସହିତ ଜଳବାୟୁ ପରିବର୍ତ୍ତନରେ ହେଉଥିବା କ୍ଷତିକୁ ରୋକିବା ପାଇଁ ସମାଧାନର ରାସ୍ତା ବାହାର କରିଛନ୍ତି । ପୁରସ୍କାର ବାବଦରେ ମିଳିବାକୁ ଥିବା ୧.୦୧ ନିୟୁତ ଡଲାର ଏହି ୨ ଜଣଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟ୍ର ଉଦ୍ଭାବକ ଆଲଫର୍ଡ ନୋବେଲଙ୍କ ଇଛାପତ୍ର ଅନୁଯାୟୀ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ଚଳିତବର୍ଷ ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇସାରିଛି । ନାଦିଆ ମୁରାଦ୍ ଏବଂ ଡାକ୍ତର ଡେନିସ୍ଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ସେହିପରି ପଦାର୍ଥ ବିଜ୍ଞାନରେ ୨ ଜଣଙ୍କୁ ମିଳିତ ଭାବେ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଥିବା ବେଳେ ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ସମ୍ମାନରେ ସମ୍ମାନିତ କରାଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close