NATIONALTOP STORIES

ବ୍ରହ୍ମୋସ୍ ମିଜାଇଲ ସମ୍ପର୍କିତ ତଥ୍ୟ ପାକିସ୍ତାନ କୁ ବିକ୍ରି, ଜଣେ ଗିରଫ

ନୂଆଦିଲ୍ଲୀ, ୮।୧୦: ଉତ୍ତରପ୍ରଦେଶ ଏଟିଏସ୍‌ ସୋମବାର ମହାରାଷ୍ଟ୍ରର ନାଗପୁରର ଜଣେ ଡିଆରଡିଓ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ନିଶାନ୍ତ ଅଗ୍ରଓ୍ୱାଲ । ପାକ୍ତିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇକୁ ଭାରତର କିଛି ଭିତିରି ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ନିଶାନ୍ତ ପାଖାପାଖି ୪ ବର୍ଷ ହେବ ନାଗପୁରର ‘ବ୍ରହ୍ମୋସ ୟୁନିଟ୍‌’ରେ କାର୍ଯ୍ୟରତ ଅଛନ୍ତି । ସେ ବ୍ରହ୍ମୋସ ସମ୍ପର୍କିତ କିଛି ତଥ୍ୟ ପାକିସ୍ତାନୀ ଗୁଇନ୍ଦା ବିଭାଗ ଓ ଆମେରିକା ଗୁଇନ୍ଦା ବିଭାଗକୁ ପ୍ର୍ଡ୍ଦ ଜଣାପଡିଛ । ସେ‘ବ୍ରହ୍ମୋସ ମିସାଇଲ୍‌’ର ଟେକ୍ନିକାଲ୍‌ ତଥ୍ୟ ଲିକ୍‌ କରିଥିବା ଜଣାପଡିଛି । ସୋମବାର ସକାଳୁ ହିଁ ଉତ୍ତରପ୍ରଦେଶ ଏଟିଏସ୍‌ ଓ ଦିଲ୍ଲୀ ଇଣ୍ଟେଲିଜେନ୍ସ ମିଲିଟ୍ରି ପକ୍ଷରୁ ନାଗପୁରରେ ରେଡ୍‌ କରାଯାଇଥିଲା । ରେଡ୍‌ କରାଯିବାରୁ ନିଶାନ୍ତଙ୍କୁ ଗିରଫ କରାଯାଇଛି । ନିଶାନ୍ତ ଉତ୍ତରାଖଣ୍ଡର ମୂଳ ବାସିନ୍ଦା ବୋଲି ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close