ODISHATOP STORIES

ମାଡ଼ି ଆସୁଛି ‘ତିତଲି’, ତୀବ୍ର ଅବପାତ ରୂପ ନେଲା ଅବପାତ

ଭୁବନେଶ୍ୱର, ୯।୧୦ (ଓଡ଼ିଶା ଭାସ୍କର)  : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ସୋମବାର ରାତି ୧୧.୩୦ରେ ତୀବ୍ର ଅବପାତର ରୂପ ନେଇଛି। ଏହା କ୍ରମଶଃ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି। ବାତ୍ୟା ‘ତିତଲି’ର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ଘଣ୍ଟାକୁ ୬୦ ରୁ ୮୦ କିମି ବେଗରେ ପବନ ବହିବାର ଆଶଙ୍କା କରାଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ରେଡ୍‍ ଆଲର୍ଟ ଜାରି କରାଯାଇଛି।
ସୋମବାର ରାତି ୧୧.୩୦ ପରେ ତୀବ୍ର ଅବପାତ ଘଣ୍ଟାକୁ ୧୧ କିମି ବେଗରେ ପଶ୍ଚିମ-ଉତ୍ତର ଦିଗରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହୋଉଛି। ମଙ୍ଗଳବାର ରାତି ୨.୩୦ ବେଳକୁ ବଙ୍ଗୋପତୀବ୍ର ଅବପାତ ରୂପେ ଓଡ଼ିଶା ଉପକୂଳ ଛୁଇଁବ। ଏହି ସମୟରେ ଘଣ୍ଟାକୁ ୫୫ ରୁ ୭୫ କିମି ବେଗରେ ପବନ ବୋହିବାର ଆଶଙ୍କା ସମୟ ବଢ଼ିବା ସହିତ ପବନର ବେଗ ବଢ଼ିବ। ଅପରାହ୍ନ ୫.୩୦ ବେଳକୁ ତୀବ୍ର ଅବପାତ ବାତ୍ୟାର ରୂପ ନେବ। ସେତେବେଳେ ଘଣ୍ଟା ରାତି ୧୧.୩୦ ବେଳକୁ ପବନର ବେଗ ବୃଦ୍ଧି ପାଇବ। ୧୦ତାରିଖ ରାତି ୧୧.୩୦ ବେଳକୁ ବାତ୍ୟା ଆହୁରି ତୀବ୍ର ହେବ। ପବନର ବେଗ ଘଣ୍ଟା ପ୍ରତି ୧୦୦ କିମିକୁ ବୃଦ୍ଧି ପାଇବ। ୧୧ ତାରିଖ ସକାଳ ୧୧.୩୦ରୁ ଏହା କ୍ରମଶଃ ଦୁର୍ବଳ ହେବା ସହିତ ପବନର ବେଗ ମଧ୍ୟ ହ୍ରାସ ପାଇବ। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ।
୯ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଜିଲା ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଥିବା ବେଳେ ୧୦ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ‘ରେଡ୍‍ ଆଲର୍ଟ’ ଏବଂ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ୧୧ ତାରିଖ ଦିନ ମଧ୍ୟ ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ସମେତ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ ଭଦ୍ରକ ଜିଲାରେ ରେଡ୍‍ ଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପ ହ୍ରାସ ପାଇବାକୁ ଥିଲେ ମଧ୍ୟ ୧୨ତାରିଖ ଓ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଏବଂ ୧୩ ତାରିଖରେ ଓଡ଼ିଆର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଇଛି। ଏହି ସମୟରେ ସମଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିଏହି ସମୟରେ ସମଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିି ତରକୁ ନ ଯିବାକୁ ଚେେତାବାା

Show More

Related Articles

Leave a Reply

Your email address will not be published. Required fields are marked *

Close