ODISHATOP STORIES

ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର / ସତ୍ୟବାଦୀ, ୯ା୧୦ (ଓଡ଼ିଶା ଭାସ୍କର) : ମଙ୍ଗଳବାର ସତ୍ୟବାଦୀର ବକୁଳବନ ବିଦ୍ୟାଳୟ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ବିଶ୍ୱବିଦ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା  ଫଳରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ବୃଦ୍ଧି ପାଇବ। ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ମୁଖ୍ୟମନ୍ତ୍ରୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରି ଛନ୍ତି । ଏଥିଲାଗି ରାଜ୍ୟ ସରକାର ୨୫ ଏକର ଜମି ଚିହ୍ନଟ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close