NATIONALTOP STORIES

ସାବରୀମାଳା ମନ୍ଦିର ପ୍ରସଙ୍ଗରେ ତ୍ୱରିତ ଶୁଣାଣୀ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୯।୧୦: କେରଳର ସାବରୀମାଳା ମନ୍ଦିରରେ ୧୦ରୁ ୫୦ବର୍ଷିୟା ମହିଳାଙ୍କ ପ୍ରବେଶ ଉପରେ ତ୍ୱରିତ୍‍ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ ପକ୍ଷରୁ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ମନା କରିଦିଆଯାଇଛି।
ରାୟର ପୁନର୍ବିଚାର ପାଇଁ ଆଗତ ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ ମଧ୍ୟ କେବେ ଶୁଣାଣି ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବାକୁ ମନା କରିଦେଇଛନ୍ତି। ମନ୍ଦିର ୧୬ ଅକ୍ଟୋବରରେ ଖୋଲୁ ଥିôବାରୁ ଏହା ପୂର୍ବରୁ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନକାରୀ ସେମାନଙ୍କ ଆବେଦନରେ ଦର୍ଶାଇଥିଲେ।
ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ କେରଳରେ ରାଜନୀତି ଜୋର ଧରିବାରେ ଲଗିଛି। କେରଳ ସରକାର ସୁପ୍ରିମକୋର୍ଟର ରାୟକୁ ପୁନର୍ବିଚାର ସପକ୍ଷରେ ନଥିବାରୁ ବିଜେପି ଏହାକୁ ନେଇ ଆନ୍ଦୋଳନ ଜୋର କରିଛି। ଏନଡିଏ ପକ୍ଷରୁ ପାଣ୍ଡାଲାମଠାରୁ ତିରୁଭାନନ୍ତପୁରମ ପର୍ଯ୍ୟନ୍ତ ସାବରୀମାଳା ବିରୋଧ ଯାତ୍ରା କରିବାକୁ ସ୍ଥିର କରାଯାଇଛି। ୧୦ଅକ୍ଟୋବରରୁ ଆରମ୍ଭ ହୋଇ ଏହି ଯାତ୍ରା ୧୫ଅକ୍ଟୋବରରେ ରାଜ୍ୟ ସଚିବାଳୟ ନିକଟରେ ଶେଷ ହେବ। ମନ୍ଦିର ୧୬ଅକ୍ଟୋବରରେ ଖୋଲୁଥିବାରୁ ସମୟ ଅତିବାହିତ ହେବା ସହ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।
ସୁପ୍ରିମକୋର୍ଟ ରାୟକୁ ବିରୋଧ କରି ମଙ୍ଗଳବାରଠାରୁ ଭକ୍ତମାନଙ୍କ ପକ୍ଷରୁ ତିରୁଭାନନ୍ତପୁରମ ସଚିବାଳୟ ସମ୍ମୁଖରେ ଅନଶନ ଆରମ୍ଭ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close