NATIONALTOP STORIES

ଭିଲାଇ ଷ୍ଟିଲ ପ୍ଲାଣ୍ଟ ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ୮ ମୃତ, ବହୁ ଆହତ

ଭିଲାଇ, ୯।୧୦: ଛତିଶଗଡ଼ର  ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ଏକ ଗ୍ୟାସ ପାଇପରେ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଛି। ବିସ୍ଫୋରଣରେ ୮ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇ ଥିବାବେଳେ ୧୨ଜଣ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କାରଖାନାର କର୍ମଚାରୀ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ମଙ୍ଗଳବାର ସକାଳ ୧୧ଟାରେ ପ୍ଲାଣ୍ଟର ମରାମତି କାର୍ଯ୍ୟ ଚାଲିଥିବାବେଳେ ପାଇପ ଲାଇନରେ ୱେଲଡିଂ କରାଯାଉ ଥିଲା। ଦୁର୍ଘଟଣାବସତଃ ୱେଲଡିଂର ନିଆଁ ପାଇପ ଭିତରେ ଥିବା ଗ୍ୟାସ ସଂସ୍ପର୍ଷରେ ଆସିଯିବାରୁ ବିସ୍ଫୋରଣ ହୋଇଥିଲା। ଦୂର୍ଗ ଆଇଜି ଜିପି ସିଂହଙ୍କ ସୂଚନା ମୁତାବକ ଘଟଣାସ୍ଥଳରେ ୨୪ଜଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ନିଖୋଜ ଅଛନ୍ତି। ୨୦୧୪ ଜୁନରେ ମଧ୍ୟ ଭିଲାଇ ଇସ୍ପାତ କାରଖାନାରେ ବିଶାକ୍ତ ଗ୍ୟାସ ନିର୍ଗତ ହେବା ଦ୍ୱାରା ୨ଜଣ ମହାପ୍ରବନ୍ଧକଙ୍କ ସମେତ ୬ଜଣ ପ୍ରାଣ ହରାଇ ଥିଲେ। ଏହି ଘଟଣାାରେ  ୪୦ଜଣ ଆହତ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close