ODISHATOP STORIES

ବାତ୍ୟା ‘ତିତଲି’ର ମୁକାବିଲା ପାଇଁ ୪ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର, ୯ା୧୦ (ଓଡ଼ିଶା ଭାସ୍କର): ଓଡ଼ିଶା ଅଭିମୁଖେ ମାଡ଼ି ଆସୁଛି ବାତ୍ୟା ‘ତିତ୍ଲି’ । ଏହାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପରିସ୍ଥିତିକୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ପୁରୀ, ଜଗତିସିଂହପୁର, ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାଗୁଡିକରେ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନ ଅନ୍ୟ ଜିଲ୍ଲାଗୁଡିକ ପାଇଁ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close