ODISHATOP STORIES

ରାସନକାର୍ଡ ବଣ୍ଟନ ପୂର୍ବରୁ ଅଘଟଣ, ମନ୍ତ୍ରୀଙ୍କ ଗାଡିକୁ ଟମାଟୋ ମାଡ

ରାଜନଗର,(ଓଡ଼ିଶା ଭାସ୍କର): ରାଜନଗର ବ୍ଲକରେ ରାସନକାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ରାସନକାର୍ଡ ବାଣ୍ଟିଥିଲେ । ପଚାଂୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଡଃ ଶ୍ରୀ ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ରାସନକାର୍ଡ ବଣ୍ଟାଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କର ବାର୍ଷିକ ୪୪୩କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ବୋଲି କହିଥିଲେ । ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଧୃବ ସାହୁ ଯୋଗଦେଇ ୧୯୭୧ମହାବାତ୍ୟା ପରେ ରାଜନଗର ବ୍ଲକରେ ୧୦ହଜାର ଲୋକ ମୃତ୍ୟୁବରଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୀବ ଲୋକଙ୍କୁ ଅନାହାରରେ କେହି ମରିବେନି ଦେଇଥିବା ପ୍ରତିଶ୍ରୁତିକୁ ପାଳନକରି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି । ଏହି ବ୍ଲକରେ ୩୧,୮୯୭ ରାସନକାର୍ଡ ହିତାଧିକାରୀ ଥିଲେ । ଏହାସତ୍ୱେ ବାଦ୍ ପଡିଥିବା ୧୦,୯୩୨ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯିବାର ଯୋଜନା ରହିଛି । ସେମାନଙ୍କ ମଧ୍ୟରୁ ୮,୯୮୨ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଛି ବୋଲି ଶ୍ରୀ ସାହୁ କହିଥିଲେ । ଲହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଡିଓ ମନ୍ଦରଧର ମହାଳିକ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ଉପଜିଲ୍ଲାପାଳ ସଂଜୟକୁମାର ମିଶ୍ର, ଜିଲ୍ଲା ଯୋଗାଣଧିକାରୀ ରଜନୀକାନ୍ତ ଦାସ, ଜିଲ୍ଲାପରିଷଦ ସଦସ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷା ସବିତା ସେଠୀ, ରବିନ୍ଦ୍ରକୁମାର ସେଠୀ, ଓ ରବିନ୍ଦ୍ର ସେଠୀଙ୍କ ସହ ସମିତିସଭ୍ୟ ଏବଂ ସରପଞ୍ଚମାନେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ବ୍ଲକ ଯୋଗାଣ ଅଧିକାରୀ ପ୍ରଭଞ୍ଜନ ସାହୁ, ଜିବୀକା ମିଶନର ରଶ୍ମିରଂଜନ ଦାଶ ପରିଚାଳନା କରିଥିଲେ । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ବିଜୁ ଜନତାଦଳର କର୍ମୀ ଓ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ସାନବଡଗୋପାଳପୁର ବଜାରରୁ ପାଛୋଟି ଆଣୁଥିବା ବେଳେ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଦଳୀୟ କର୍ମୀମାନେ କଳାପତାକା ପ୍ରଦର୍ଶନ ସହ ମନ୍ତ୍ରୀଙ୍କ ଗାଡିକୁ ଟମାଟୋ ମାଡ କରିଥିଲେ । ଏସଡିପିଓ ଉମାକାନ୍ତ ମହାରଣା, ଆଇଆଇସି ସୁକାନ୍ତ କୁମାର ପାତ୍ର ପୋଲିସ ବାହିନୀ ସହାୟତାରେ ଆଗୁଆ ପଦକ୍ଷେପ ସ୍ୱରୂପ ଦଳର ଛାମୁଆ ନେତା ଅରୁଣକୁମାର ରାଉତ, ଦେବେନ୍ଦ୍ର ଜେନା, ରଂଜନକୁମାର ମହାନ୍ତି, ଶୁକଦେବ ଭଦ୍ର, ସରୋଜ ଜେନା, ବନମାଳୀ ସ୍ୱାଇଁଙ୍କ ସହ ୨୦ଜଣଙ୍କୁ ଥାନାରେ ଅଟକ ରଖିଥିଲା । ମନ୍ତ୍ରୀ ଡଃ ସାହୁଙ୍କ ଗସ୍ତ ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close