NATIONALTOP STORIES

ଉତ୍ତର ପ୍ରଦେଶରେ ଫରକ୍କା ଏକ୍ସପ୍ରେସ ଲାଇନଚ୍ୟୁତ, 7 ମୃତ: ୬୦ ଆହତ

ରାଏବରେଲି, ୧୦।୧୦: ଉତ୍ତରପ୍ରଦେଶର ରାଏବରେଲିରେ ବୁଧବାର ସକାଳୁ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୬୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଲକ୍ଷ୍ନୌ ଓ ବାରାଣସୀରୁ ଏନ୍‍ଡିଆରଏଫ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ନିର୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଦେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ଚିକିତ୍ସା ଏବଂ ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ଅବହେଳା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲା ପ୍ରଶାସନ, ପୁଲିସ ଓ ଏନ୍‍ଡିଆରଏଫ୍‍ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଛନ୍ତି।
ଆଜି ସକାଳ ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ହାଲ୍‍ଦାରୁ ନୂଆଦିଲ୍ଲୀ ଯାଉଥିବା ନ୍ୟୁ ଫରାକା ଏକ୍ସପ୍ରେସ୍‍ର ୬ଟି ବଗି ରାଏବରେଲିର ହରଚାନ୍ଦପୁର ରେଳ ଷ୍ଟେସନ୍‍ରୁ ମାତ୍ର ୫୦ ମିଟି ଦୂରରେ ଲାଇନ୍‍ଚ୍ୟୁତ ହୋଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୬୦ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରେନ୍‍ ବଗି ତଳେ ଯାତ୍ରୀମାନେ ଫସି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close