TOP STORIES

‘ତିତଲି’ ବାତ୍ୟା ପାଇଁ ୨ ଦିନ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର, ୧୦।୧୦ (ଓଡ଼ିଶା ଭାସ୍କର):ଭୟଙ୍କର ରୂପ ନେଉଛି ତିତଲି । ଆସନ୍ତା ୩ ଘଂଟା ଭିତରେ ଜଣାପଡିବ ବାତ୍ୟା ତିତଲିର ରୂପରେଖ । କାଲି ଏହା ସ୍ଥଳଭାଗ ଛୁଇଁବ । ଫଳରେ ଘଂଟା ପ୍ରତି ୧୪୦ରୁ ୧୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ତତ୍ପରତା ଦେଖାଦେଇଛି । ଗତକାଲି ପ୍ରଥମେ ୫ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ନେଇ ଘୋଷଣା ହୋଇଥିଲା । ଆଜି ତିତଲିର ପ୍ରକୋପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଆସନ୍ତା କାଲିଠାରୁ ଦୁଇ ଦିନ (୧୧ ଏବଂ ୧୨ ତାରିଖ ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Show More

Related Articles

Leave a Reply

Your email address will not be published. Required fields are marked *

Close