ODISHATOP STORIES

ତିତଲି ପାଇଁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର, ୧୦।୧୦ (ଓଡ଼ିଶା ଭାସ୍କର):ବାତ୍ୟା ତିତଲିକୁ ଆଖି ଆଗରେ ରଖି ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଆଜି ‘ହ୍ବାଟ୍ ଆଇ ଷ୍ଟାଣ୍ଡ ଫର୍’ ବା ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବାକୁ ଥିଲା । ଏଥିପାଇଁ ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟ ଓ ୨୫୬ ଯୁକ୍ତ୩ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବାତ୍ୟା ‘ତିତଲି’କୁ ନେଇ ଆଶଙ୍କା ବଢ଼ିଥିଲା । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ତେଣୁ ସମ୍ପୃକ୍ତ କଲେଜରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close