ODISHATOP STORIES

ସ୍ଥଳଭାଗ ଛୁଇଁଲା ତିତ ଲି, ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି, ରାଜଧାନୀରେ ପ୍ରଭାବ ପଡିଲାନି

ଭୁବନେଶ୍ୱର, ୧୧।୧୦ (ଓଡ଼ିଶା ଭାସ୍କର): ସିଭିୟର ସାଇକ୍ଲୋନ୍ ତିତଳି ଗୁରୁବାର ଭୋର ସମୟରେ ଆନ୍ଧ୍ର – ଓଡ଼ିଶା ସୀମା ପାଲାସା ନିକଟରେ ସ୍ଥଳଭାଗ ଛୁଇଁଛି । ଗୋପାଳପୁରରେ ଏହାର ବେଗ ଘଂଟା ପ୍ରତି ୧୫୦ କିମି ରହିଛି । ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ବ୍ରହ୍ମପୁର ରାସ୍ତାରେ ଗଛ ପଡ଼ି ଯାତାୟତ ବନ୍ଦ ହୋଇଯାଇଛି । ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ଯୋଗାଣ ବନ୍ଦ ରହିଛି । ବିଭିନ୍ନ ସ୍କୁଲ, କଲେଜ, ମଣ୍ଡପ ଓ ଆରଆଇ ଅଫିସରେ ଲୋକମାନଙ୍କୁ ଆଶ୍ରୟ ଦିଆଯାଇଛି । ସେହିପରି ଗଜପତି ଜିଲ୍ଲା ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଓଡ଼ରାଫ ଟିମ୍ ଗଛ କାଟି ରାସ୍ତା ସଫା କରିବାକାର୍ଯ୍ୟ ଚଳାଇଛନ୍ତି । ମୋହନା ବ୍ଲକ୍ ରେ ୨୮ ଟି ଆଶ୍ରୟସ୍ଥଳିରେ ୫ ହଜାର ଓ ଆର ଉଦୟଗିରି ବ୍ଲକ୍ ରେ ୨ ହଜାର ଲୋକଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟ ଦିଆଯାଇଛି । ଗୋପାଳପୁର ରେ କେତେକ ଆଜବେଷ୍ଟସ ଘର, ହାଇମାଷ୍ଟ ଲାଇଟ ପୋଷ୍ଟ ଭାଙ୍ଗିଯାଇଛି । ତେବେ ତିତଳୀ ର ପ୍ରଭାବରେ ରାଜଧାନୀ ଭୁବନେଶ୍ବର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ତିତ୍ ଲି ଏବେ ପଶ୍ଚିମ ବଙ୍ଗ ଅଭିମୁଖେ ଗତି କରୁଛି।

Show More

Related Articles

Leave a Reply

Your email address will not be published. Required fields are marked *

Close