ODISHATOP STORIES

ବାଚସ୍ପତିଙ୍କୁ ଇମେଲ୍ ପଠାଇ କ୍ଷମା ମାଗିଲେ ଆୟର

ଭୁବନେଶ୍ୱର, ୧୧।୧୦ (ଓଡ଼ିଶା ଭାସ୍କର): ଓଡ଼ିଶାର ଐତିହ୍ୟ ଏବଂ ବିଧାୟକଙ୍କ ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ବନ୍ଧୁ ଅଭିଜିତ ଆୟାର ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଏହି ଘଟଣାରେ ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ଆୟାରଙ୍କୁ ନୋଟିସ୍ ହୋଇଥିଲେ ମଧ୍ୟ ହାଜର ହେଲେନି ଆୟାର । ତେଣୁ ବୈଠକ ପରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ନରସିଂହ କହିଛନ୍ତି ଯେ, ଅଭିଜିତଙ୍କୁ ହାଜର ହେବାକୁ ପୁଣି ନୋଟିସ କରାଯାଇଛି । ଆସନ୍ତା ଅକ୍ଟୋବର ୨୩ରେ ହାଜର ହେବାକୁ ଗୃହ କମିଟି ପକ୍ଷରୁ ନୋଟିସ୍ ହୋଇଛି । ତେବେ ଅଭିଜିତ୍ ବାଚସ୍ପତି ଓ ଗୃହ କମିଟିକୁ ୨ଟି ଇମେଲ୍ ପଠାଇଥିବା କହିଛନ୍ତି ନରସିଂହ ମିଶ୍ର । ସେ କରିଥିବା ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଗୃହ କମିଟି ସମ୍ମୁଖରେ ବ୍ୟକ୍ତିଗତ ହାଜର ହେବାକୁ ପଡ଼ିବ, ଚିଠି ଯୋଗେ କ୍ଷମା ମାଗିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ନରସିଂହ ମିଶ୍ର କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close