fbpx

ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି । ସେଠାରେ ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ସେ ଲଗାତାର ଅଷ୍ଟମ ଥର ଲାଗି ଦଳର ସଭାପତି ଭାବେ ନାମାଙ୍କନ ଭରିଛନ୍ତି । ନାମାଙ୍କନ ପାଇଁ ୧୦ ପ୍ରସ୍ତାବକ ଓ ୧୦ ସମର୍ଥକ ଆବଶ୍ୟକ ରହିଛି । ଆସନ୍ତା ୨୪ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୨୫ରେ ପ୍ରତ୍ୟାହାର ହେବା ନେଇ ସୂଚନା ରହିଛି । ଆସନ୍ତା ୨୬ତାରିଖରେ ବିଧିବଦ୍ଧ ଭାବେ ଦଳର ସଭାପତିଙ୍କର ନାମ ଘୋଷଣା ନେଇ ସୂଚନା ରହିଛି । ୮୦ଜଣ କାର୍ଯ୍ୟାକାରିଣୀ ସଦସ୍ୟ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

Get real time updates directly on you device, subscribe now.