NATIONALTOP STORIES

ସଡ଼କ ଦୁର୍ଘଟଣାରେ ହିମାଚଳ ପ୍ରଦେଶ ଶିକ୍ଷା ମନ୍ତ୍ରୀଙ୍କ ଭାଇର ମୃତ୍ୟୁ

ଶିମଲା, ୧୧।୧୦: ହିମାଚଳ ପ୍ରଦେଶରେ ସଡକ ଦୁର୍ଘଟଣାରେ ଶିକ୍ଷାମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ସାନଭାଇ ନିତ୍ୟାନନ୍ଦ ଭରଦ୍ୱାଜଙ୍କ ସମେତ ତିନି ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ସିମଲାର ଠିୟୋଗୋ ଅଂଚଳରେ ହୋଇଛି । ସମସ୍ତେ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ । ଠିୟୋଗ କିଛି ଦୁରରେ ଛେଲା ପୋଲ ନିକଟରେ ହଠାତ ଗାଡିଟି ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡିଥିଲା । ୯ ଜଣ ଗୁରୁତର ଆହତଙ୍କୁ ଆଇଜିଏମସି ଅଣା ଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ସବୁ ମୃତକ କସୁମପଟ୍ଟୀ ଅଂଚଳର ବାସିନ୍ଦା । ପୋଲିସର କହିବା ମୁତାବିକ ବରଯାତ୍ରୀମାନେ ଗୋଟିଏ ଟେମ୍ପୋ ଟ୍ରାଭେଲରରେ ବିବାହ ସମାରୋହରେ କୁସୁମପଟ୍ଟୀରୁ ରୋହଡୁ ଆଡକୁ ଯାଉଥିଲା । ପ୍ରାୟ ସାଢେ ୭ଟା ବେଳେ ଠିୟୋଗରୁ ୧୬ କିଲୋମିଟର ଦୂର ଛେଲା ବଜାର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close