ODISHATOP STORIES

ଆହୁରି ୨୪ ଘଣ୍ଟା ବର୍ଷା, କାଲି ଠାରୁ ପାଗ ହୋଇପାରେ ପରିବର୍ତ୍ତନ

ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି

ଭୁବନେଶ୍ୱର, ୧୨।୧୦ (ଓଡ଼ିଶା ଭାସ୍କର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ଆହୁରି ୨୪ ଘଣ୍ଟା ଲାଗି ରହିବ ବୋଲି ପାଣି
ଶୁକ୍ରବାର ପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା କାଲି ପାଗରେ ପରିବର୍ତ୍ତନ ଆସି ପରେ ବୋଲି କୁହାଯାଇଛି।ବନ୍ୟା ଏକ ବଡ ବିପତ୍ତି ଭାବେ ଉଭା ହୋଇଛି । ସାରା ରାଜ୍ୟରେ ଗତକାଲିଠୁ ଲଗାଣ ବର୍ଷା ଲାଗି ରହିଛି । ରାଜଧାନୀର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ଆହୁରି ୧୫ ଟି ଜିଲ୍ଲା କୁ ସତର୍କ ସୂଚନା ଦିଆଯାଇଛି । କେବଳ ବର୍ଷା ନୁହେଁ , ବଜ୍ରପାତ କୁ ନେଇ ମଧ୍ୟ ରାଜ୍ୟବାସୀ ଙ୍କୁ ସତର୍କ କରାଯାଇଛି । ଆଜି ଦିନ ୧୧ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରେ ନଦୀ ଗୁଡିକ ବିପଦ ସଙ୍କେତ ଉପରେ ଦେଇ ପ୍ରଭାହିତ ହେଉଛି । ଯାହାଫଳରେ ରାଜ୍ୟର ଅନେକ ସହର ଓ ଗାଁ କୁ ଯୋଗାଯୋଗ ବିଛିନ୍ନ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close