fbpx

ନିଆଁରେ ପୋଡ଼ି ହୋଇ ୪ଶିଶୁ ଗୁରୁତର

ପୋଲସରା, ୨୩ା୨(ଓଡ଼ିଶା ଭାସ୍କର): ପୋଲସରା ଥାନା ଖରିଛଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ପାଳଗଦାରେ ନିଆଁ ଲାଗି ୪ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଥିରେ ୩ଜଣ ପୁଅ ସହ ଜଣେ ଝିଅ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅନ୍ୟ ୨ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଯିବାରୁ ବ୍ରହ୍ମପପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଶିଶୁଙ୍କ ଶରୀରର ୮୦% ପୋଡ଼ିଯାଇଥିବା ଜଣାପଡ଼ିଛି । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ଏହିପରି ଘଟଣା ଘଟିଛି । ବର୍ତ୍ତମାନ ନିଆଁକୁ ଆୟତ କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.