ODISHAPOLITICSTOP STORIES

ବିଜେଡ଼ି ମୁଖପାତ୍ର ତାଲିକାରେ ୪ ନୂଆ ମୁହଁ

ଭୁବନେଶ୍ୱର,୧୨।୧୦ (ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ୧୪ ଜଣିଆ ମୁଖପାତ୍ରଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେଡି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଆଗରୁ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ସେହିଭଳି ଅମର ପଟ୍ଟନାୟକ ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ତୁଲାଇବେ। ଏହି ମୁଖପାତ୍ର ତାଲିକାରୁ ଦଳର ମୁଖ୍ୟ ସଚେତକ ଅମର ଶତପଥୀଙ୍କୁ ବାଦ ଦିଆଯାଇ ଅତନୁ ସବ୍ୟସାଚୀ ନାୟକ ଏବଂ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ନୂଆ ମୁଖପାତ୍ର ତାଲିକାରେ ନିଯୁକ୍ତ କରାଯାଇଛି।


ମୁଖ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଦେବାଶିଷ ମାରାଣ୍ଡି ୪ ଜଣଙ୍କୁ ନୂତନ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି ।
ଏହାକୁ ମିଶାଇ ଏବେ ବିଜେଡ଼ିର ମୁଖପାତ୍ର ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ବିଜେଡ଼ି ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଡ. ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସମୀର ଦାସ, ସସ୍ମିତ ପାତ୍ର, ସୁଲୋଚନା ଦାସ, ଅତନୁ ସବ୍ୟସାଚୀ ନାୟକ, ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଦେବାଶିଷ ମାରାଣ୍ଡି ଅଛନ୍ତି। ପୂର୍ବରୁ ବିଜେଡ଼ିର ମୁଖପାତ୍ର ସଂଖ୍ୟା ୧୦ ଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close