fbpx

ନିଆଁରେ ପୋଡ଼ି ହୋଇ ୩ପିଲାଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପୋଲସରା, ୨୩ା୨(ଓଡ଼ିଶା ଭାସ୍କର): ପୋଲସରାରେ ୩ଶିଶୁଙ୍କର ନିଆଁରେ ଜଳି ମୃତ୍ୟୁ ହୋଇଥିଲା । ଏନେଇ ମୃତ୍ୟୁ ହୋଇଥିବା ପରିବାରକୁ ସମବେଦନା ଜଣେଇବା ସହ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଲେଖାଏଁ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି ଏହି ଘଟଣା ଶୁଣି ମୁଁ ଦୁଃଖିତ । ଏହାସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଶୋକସନ୍ତପ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ଘଡ଼ିରେ ଧୈର୍ଯ୍ୟ ଧରିବାକୁ ଭଗବାନ ସାହାସ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆଜି ପୋଲସରା ଥାନା ଖରିଛଟା ଗାଁରେ ଅଭାବନୀୟ ଘଟଣା ଘଟିିଥିଲା । ସେଠାରେ ପାଳଗଦାରେ ନିଆଁ ଲାଗି ୩ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନେ ହେଉଛନ୍ତି ଇତିଶ୍ରୀ ଜେନା, ସାଇରାମ ଜାନି ଓ ଦୀପକ ଗୌଡ଼ । ଜଣେ ଗୁରୁତର ପିଲାର ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ବ୍ରହ୍ମପପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାଳରେ ଘର କରି ଖେଳୁଥିବା ବେଳେ ନିଆଁ ଲାଗିଥିଲା । ଶିଶୁଙ୍କ ଶରୀରର ୮୦% ପୋଡ଼ିଯାଇଥିଲା ।

Get real time updates directly on you device, subscribe now.