BUSINESSNATIONALTOP STORIES

ମୋବାଇଲ୍ ନମ୍ବର ପଞ୍ଜିକରଣ କରି ନ ଥିଲେ ଡିସେମ୍ବର ୧ରୁ ମିଳିବନି ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା

ଏସ୍ବିଆଇର ନିର୍ଦ୍ଦେଶନାମା

ନୂଆଦିଲ୍ଲୀ, ୧୩ା୧୦ : ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ଶନିବାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ନିର୍ଦ୍ଦେଶନାମା ଅନୁସାରେ ବ୍ୟାଙ୍କରେ ମୋବାଇଲ୍ ନମ୍ବର ପଞ୍ଜିକରଣ କରି ନ ଥିଲେ ଏସ୍ବିଆଇ ଗ୍ରାହକଙ୍କୁ ଡିସେମ୍ବର ୧ ତାରିଖରୁ ମିଳିବନି ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା । ଏସ୍ବିଆଇ ନିଜ ୱେବସାଇଟ୍ରେ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଯଦି ଆପଣ ଏସ୍ବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ ନମ୍ବର ପଞ୍ଜିକରଣ କରି ନାହାନ୍ତି ତେବେ ବ୍ୟାଙ୍କକୁ ଯାଇ ଏହାକୁ ଜଲ୍ଦି କରାଇ ନିଅନ୍ତି । ନଚେତ୍ ଡିସେମ୍ବର ୧ରୁ ଏହି ସେବାକୁ ବନ୍ଦ କରିଦିଆଯିବ । ଫଳରେ ଇଣ୍ଟରନେଟ୍ ଜରିଆରେ ଆପଣ ଟଙ୍କା ନେଣଦେଣ କରିପାରିବେ ନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close