NATIONALTOP STORIES

ପାକିସ୍ତାନକୁ ପ୍ରଶଂସା କରି ବିବାଦରେ ସିଦ୍ଧୁ

ପାକିସ୍ତାନକୁ ପ୍ରଶଂସା କରି ବିବାଦରେ ସିଦ୍ଧୁ
କୌସଲି,୧୩ା୧୦ : ପାକିସ୍ତାନକୁ ପ୍ରଶଂସା କରି ବିବାଦ ଘେରକୁ ଚାଲି ଆସିଛନ୍ତି ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁ । ହିମାଚଳ ପ୍ରଦେଶର କୌସଲିଠାରେ ଚାଲିଥିବା ଲିଟେରଚର ଫେଷ୍ଟିଭାଲ୍ରେ ଯୋଗଦେଇ ସେ ଏପରି କହିଛନ୍ତି । କେତେକ କ୍ଷେତ୍ରରେ ଭାରତଠାରୁ ପାକିସ୍ତାନ ଭଲ ଏବଂ ଦକ୍ଷିଣ ଭାରତ ଯାତ୍ରାଠାରୁ ପାକିସ୍ତାନ ଯାତ୍ରା ଭଲ ବୋଲି କହିବା ପରେ ସେ ବିବାଦ ଘେରକୁ ଚାଲି ଆସିଛନ୍ତି । ପାକିସ୍ତାନର ଯେ କୌଣସି ସ୍ଥାନକୁ ଗଲେ ଭାଷା କିମ୍ବା ଖାଦ୍ୟପେୟ ବଦଳାଇବାକୁ ପଡେନାହିଁ । କିନ୍ତୁ ଭାରତର ଦକ୍ଷିଣ ଭାରତକୁ ଯାତ୍ରା କଲେ ଏସବୁ ବ୍ୟତିକ୍ରମ ଦେଖାଦେଇଥାଏ ବୋଲି ସିଦ୍ଧୁ କହିଛନ୍ତି । କେତେକ ବୁଦ୍ଧିଜୀବୀ ତଥା ରାଜନେତା ସିଦ୍ଧୁଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close