BUSINESSTOP STORIES

ଭାରତୀୟ ବଜାରକୁ ପଞ୍ଚମ ପିଢ଼ିର ସିଆର୍-ଭି ଛାଡ଼ିଲା ହୋଣ୍ଡା

ନୂଆଦିଲ୍ଲୀ : କାର୍ ନିର୍ମାତା କମ୍ପାନୀ ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ପକ୍ଷରୁ ଭାରତୀୟ ବଜାରରେ ବିଳାସପୂର୍ଣ୍ଣ ପଞ୍ଚମ ପିଢ଼ିର ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭିକୁ ଉନ୍ମୋଚନ କରାଯାଇଛି । ଏହା ସହିତ ପ୍ରଥମ ଥର ପାଇଁ ଭାରତରେ ଡିଜେଲ ଇଞ୍ଜିନ୍ ବିକଳ୍ପ ସହିତ ହୋଣ୍ଡା ସିଆର୍-ଭି ଉନ୍ମୋଚିତ ହୋଇଛି । ଏହି ନୂତନ ମଡେଲ୍ ପ୍ରିମିୟମ୍ ଏସ୍ୟୁଭି ବର୍ଗରେ କମ୍ପାନିର ଉପସ୍ଥିତିକୁ ସୁଦୃଢ଼ କରିବ । ଆଗାମୀ ପିଢ଼ିର ଏସ୍ୟୁଭି ପାଇଁ ମାନଦଣ୍ଡ ଭାବେ ବିକଶିତ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ସିଆର୍-ଭିର ଉଭୟ ପେଟ୍ରୋଲ୍ ଓ ଡିଜେଲ୍ରେ ସର୍ବାଧୁନିକ ପାୱାରଟ୍ରେନ୍ ରହିଛି ଯାହା ଅତୁଳନୀୟ ଇନ୍ଧନ ମିତବ୍ୟୟିତା ଓ ଗାଡ଼ିଚାଳନା ବେଳେ ଉଲ୍ଲାସ ପ୍ରଦାନ କରୁଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭିରେ ବ୍ୟାପକ ଧରଣର ସର୍ବାଧୁନିକ ଓ ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟ ରହିଛି । ଯଥା ପାନୋରାମିକ୍ ସନ୍ରୁଫ୍, ଏଲ୍ଇଡି ଡିଆର୍ଏଲ୍ ଓ ଲାଇଟିଂ ସିଷ୍ଟମ୍, ବର୍ଗର ପ୍ରଥମ ପୂର୍ଣ୍ଣ ଆକାରର ଡ୍ରାଇଭର୍ ସୂଚନା ଇଣ୍ଟରଫେସ୍ ଓ ଆଧୁନିକ ମାନର ନିରାପତା ଉପକରଣ ଯାହା ଏସ୍ୟୁଭିର ମାନକୁ ପରବର୍ତି ପିଢ଼ି ପର୍ଯ୍ୟନ୍ତ ନେଇଯାଇଛି । ବୋଲ୍ଡ, ଡାଇନାମିକ୍ ଓ ସମ୍ଭ୍ରାନ୍ତ ବାହ୍ୟ ପାଶ୍ୱର୍ ଏହାର ବିଳାସପୂର୍ଣ୍ଣ ଓ ଆରାମଦାୟକ ଭିତର ପାଶ୍ୱର୍ ସହିତ ବେଶ ଭଲ ଭାବେ ଖାପ ଖାଉଛି । ସମ୍ପୂର୍ଣ୍ଣ ନୂଆ ସିଆର୍-ଭି ଅତୁଳନୀୟ ଗାଡ଼ିଚାଳନା ପ୍ରଦର୍ଶନ ଓ ଗାଡ଼ିଚାଳନା ମାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଭାରତୀୟ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭିକୁ ଉପସ୍ଥାପନ କରିବା ଅବସରରେ ଗାକୁ ନାକାନିସି, ସଭାପତି ଓ ସିଇଓ, ହୋଣ୍ଡା କାରସ୍ ଇଣ୍ଡିଆ କହିଛନ୍ତି ଯେ, ଆଜି ବିଶ୍ୱସ୍ତରରେ ସଫଳ ସମ୍ପୂର୍ଣ୍ଣ ନୂଆ ପଞ୍ଚମ ପିଢ଼ିର ହୋଣ୍ଡା ସିଆର୍-ଭିକୁ ଉନ୍ମୋଚନ କରିଛୁ । ଏହା ସାରା ବିଶ୍ୱରେ ଏସ୍ୟୁଭି ପ୍ରେମୀଙ୍କ ଭାବନାକୁ ଆକୃଷ୍ଟ କରିଛି । ହୋଣ୍ଡା ପକ୍ଷରୁ ବଜାରରେ ଅନ୍ୟତମ ପ୍ରଥମ ପ୍ରିମିୟମ୍ ଏସ୍ୟୁଭି ଭାବେ ସିଆର୍-ଭି ବ୍ରାଣ୍ଡ୍୍କୁ ୨୦୦୩ରେ ଭାରତରେ ଉନ୍ମୋଚନ କରାଯାଇଥିଲା । ସମ୍ପୂର୍ଣ୍ଣ ନୂଆ ସିଆର୍-ଭି ସ୍ୱତନ୍ତ୍ର ଭାବେ ଏକ ଏସ୍ୟୁଭି ଭଳି ଉଲ୍ଲାସର ସହିତ ଗାଡ଼ି ଚଲାଇବାର ଅନୁଭୁତି ସହ ସେଡ଼ାନ ଚଲାଇବାର ଅନୁଭୂତି ପ୍ରଦାନ କରୁଛି । ଏହି ସୁଯୋଗ କାର୍କୁ ଉପଯୁକ୍ତ ସହରାଞ୍ଚଳ ଏସ୍ୟୁଭିରେ ପରିଣତ କରିଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭି ଗତିଶୀଳ ଓ ଆକର୍ଷଣୀୟ ରୂପ ସହିତ ଉପଲବ୍ଧ ହେଉଛି ଯାହା ସବୁ ଦୃଷ୍ଟିରୁ ସୁଦୃଢ଼ତା ଓ ଶକ୍ତି ଯୋଗ କରିଛି । ତୀକ୍ଷ୍ଣ ସାମ୍ନା ଡିଜାଇନ୍ କାମ, ଅଗ୍ରଣୀ ଷ୍ଟାଇଲ୍ ହେଡ୍ଲାଇଟ୍, ଡେଣା ଆକାରର ଏଲ୍ଇଡି ଡିଆର୍ଏଲ୍ରେ ପରିବେଷ୍ଟିତ ଓ ଚଉଡ଼ା ଯୋଗୁ ନୂଆ ସିଆର-ଭି ଆକର୍ଷଣୀୟ ଭାବ ପାଇପାରିଛି । ଏହାର ଲମ୍ବା ହୁଡ୍, ଲମ୍ବା ହ୍ୱିଲବେସ୍ ଓ ଛୋଟ ପଛ ଓଭରହ୍ୟାଙ୍ଗ୍ ନୂଆ ସିଆର-ଭିକୁ ଉପରିସ୍ଥ ଉପସ୍ଥିତି ପ୍ରଦାନ କରୁଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭି ନୂତନ ପିଢ଼ି ଓ ସମ୍ଭ୍ରାନ୍ତ ଭିତର ପାଶ୍ୱର୍ ସହିତ ଆସୁଛି ଯାହା ଗ୍ରାହକଙ୍କୁ ନିଶ୍ଚିତ ରୂପେ ଆକର୍ସିତ କରିବ । ଅଭୁତପୂର୍ବ ବ୍ୟବହାରକାରୀ ମିତବ୍ୟୟୀ ପ୍ରିମିୟମ୍ ଆସେଣ୍ଟ୍ ଓ ଚମଡ଼ା ସିଟ୍ ସିଆର୍-ଭିକୁ ଅଧିକ ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରୁଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭିକୁ ଏହାର ପାରମ୍ପରିକ ବିସ୍ତିର୍ଣ୍ଣ ଓ ବହୁବିଧ ଭିତର ପାଶ୍ୱର୍କୁ ନେଇ ପ୍ରସ୍ତୁତ କରାଯାଇଛି ଓ ଏହା ଏପର୍ଯ୍ୟନ୍ତ ନିର୍ମିତ ସବୁ ସିଆର୍-ଭି କେବିନ୍ଠାରୁ ବିସ୍ତିର୍ଣ୍ଣ ରହିଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭି ଦୁଇଟି ଇଞ୍ଜିନ ବିକଳ୍ପ ସହିତ ଆସୁଛି ଯାହା ଅତୁଳନୀୟ ଇନ୍ଧନ ମିତବ୍ୟୟିତା ଓ ଗାଡ଼ି ଚଲାଇବା ବେଳେ ରୋମାଞ୍ଚ ପ୍ରଦାନ କରିବା ଭଳି ପ୍ରଦର୍ଶନ ପ୍ରଦାନ କରୁଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ସିଆର୍-ଭିରେ ରହିଛି ବ୍ୟାପକ ବର୍ଗରେ ହୋଣ୍ଡାର ପ୍ରିମିୟମ୍ ପ୍ରତ୍ୟକ୍ଷ ନିରାପତା, ପରୋକ୍ଷ ନିରାପତା ଓ ଡ୍ରାଇଭର୍ଙ୍କୁ ସହାୟତାକାରୀ ବୈଶିଷ୍ଟ୍ୟ । ସିଆର୍-ଭି ୫ଟି ରଙ୍ଗ ତଥା ଗୋଲ୍ଡେନ୍ ବ୍ରାଉନ୍ ମେଟାଲିକ୍, ରାଡିଆଣ୍ଟ ରେଡ୍ ମେଟାଲିକ୍, ଲୁନାର୍ ସିଲ୍ଭର୍ ମେଟାଲିକ୍, ମଡର୍ଣ୍ଣ ଷ୍ଟିଲ୍ ମେଟାଲିକ୍ ଓ ହ୍ୱାଇଟ୍ ଅର୍କିଡ୍ ପର୍ଲ ରଙ୍ଗରେ ଉପଲବ୍ଧ ହେଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close