fbpx

ଭାରତ ଅଭିମୁଖେ ଟ୍ରମ୍ପ

ଜୟପୁର,୨୩ ।୨: ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପତ୍ନୀ ମେଲାନିଆ ସହ ଗସ୍ତ ପାଇଁ ହ୍ୱାଇଟ୍ ହାଉସରୁ ବାହାରିଲେ ଟ୍ରମ୍ପ । ଆସନ୍ତାକାଲି ସକାଳ ୧୧ଟା ୪୦ରେ ଅହମଦାବାଦ ବିମାନ ବନ୍ଦରରେ ଟ୍ରମ୍ପ ପହଞ୍ଚିବେ । ସ୍ୱାଗତ ପାଇଁ ଦିନ ୧୧ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିମାନବନ୍ଦରରୁ ଗାନ୍ଧୀ ଆଶ୍ରମ ଯାଏ ରୋଡ ସୋ କରିବେ ଉଭୟ ନେତା । ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ନିଜର ବୟାନରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଉତ୍ତମ ବନ୍ଧୁ । ଭାରତରେ ସବୁଠୁ ବଡ କାର୍ଯ୍ୟକ୍ରମ ହେବାର ଆଶା ରହିଛି ।’

ତେବେ ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ନିଜେ ଅହମ୍ମଦାବାଦରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତିି ।

Get real time updates directly on you device, subscribe now.