fbpx

ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ, ୨୪ା୨: ଭାରତର ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ । ତାଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଟ୍ରମ୍ପ । ଏହାସହ ତାଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଏହାପରେ ବିମାନ ବନ୍ଦରରୁ ଗାନ୍ଧି ଆଶ୍ରମ ଯାଏ ରୋଡ଼ ସୋ କରିବେ ଉଭୟ ନେତା । ଏହାପରେ ଗାନ୍ଧି ଆଶ୍ରମରେ ୧୦ମିନିଟ ରହି ମୋଟେରା ଷ୍ଟାଡ଼ିଅମ ଯାଏ ଯିବେ । ପରେ ଷ୍ଟାଡ଼ିଅମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ହେବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.