fbpx

ଏହି ହୋଟେଲରେ ଆଜି ରାତ୍ରୀଯାପନ କରିବେ ଟ୍ରମ୍ପ-ମେଲାନିଆ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୨୪ ।୨: ଦୁନିଆର ସବୁଠାରୁ ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଆଜି ଦିଲ୍ଲୀରେ ରାତ୍ରୀଯାପନ କରିବେ । ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ଆଇଟିସି ମୌର୍ଯ୍ୟା ହୋଟେଲରେ ସେମାନଙ୍କର ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲର ଚାଣକ୍ୟ ସୁଇଟରେ ନିଜ ପତ୍ନୀଙ୍କ ସହ ରାତି ବିତାଇବେ ଟ୍ରମ୍ପ ।

ସୂଚନା ମୁତାବିକ, ହୋଟେଲର ଏହି ସୁଇଟରେ ପୂର୍ବରୁ ବହୁ ଦିଗ୍ଜଜ ନେତା ରହିଛନ୍ତି । ଏଠାରେ ରାତ୍ରୀଯାପନ କରିଥିବା ଆମେରିକାରର ଚତୁର୍ଥ ରାଷ୍ଟ୍ରପତି ହେବେ ଟ୍ରମ୍ପ । ଟ୍ରମ୍ପଙ୍କ ପୂର୍ବରୁ ବିଲ କ୍ଲିଷ୍ଟନ୍, ଡବ୍ଲୁ ବୁଷ ଓ ବାରାକ ଓବାମା ଏହି ହୋଟେଲରେ ରହିସାରିଛନ୍ତି । ଲଗଜରି ହୋଟେଲର ୧୪ତମ ଫ୍ଲୋରରେ ଚାଣକ୍ୟ ସୁଇଟ୍ ରହିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜେରେଡ ମଧ୍ୟ ଏହି ହୋଟେଲରେ ରହିବେ ।

ଆଇଟିସି ମୋର୍ୟ ଗ୍ରାଣ୍ଡ ପ୍ରେସିଡ଼େନଶିୟଲ ସୁଇଟ୍‍ର ୪୬୦୦ ବର୍ଗ ଫୁଟ। ଏଠାରେ ଗୋଟେ ରାତି ରହିବାର ଭଡ଼ା ପ୍ରାୟ ୮ଲକ୍ଷ। ଏହି ହୋଟେଲରେ ସେହି ସମସ୍ତ ପ୍ରକାର ବିଳାସମୟ ସୁଖସୁବିଧା ରହିଛି, ଯାହା ଦୁନିଆର ସମସ୍ତ ବିଳାସମୟ ହୋଟେଲରେ ମିଳିଥାଏ।

ହୋଟେଲର ଗ୍ରାଣ୍ଡ ପ୍ରେସିଡ଼େନଶିୟଲ ସୁଇଟରେ ସ୍ୱତନ୍ତ୍ର କଳାକୃତି ବ୍ୟବହାର କରାଯାଇ ସାଜସଜ୍ଜା କରାଯାଇଛି ।

 

Get real time updates directly on you device, subscribe now.