NATIONALTOP STORIES

ଆଉ ଏକ ହତ୍ୟା ମାମଲାରେ ବି ରାମପାଲ ଙ୍କୁ ଆଜୀବନ

ହିସାର, ୧୭।୧୦(ଓଡ଼ିଶା ଭାସ୍କର): ହତ୍ୟାର ଅନ୍ୟ ଏକ ମାମଲାରେ ବୁଧବାର ହିସାର ସ୍ଵତନ୍ତ୍ର ଅଦାଲତ ବରବାଲାର ସତଲୋକ ଆଶ୍ରମର ସଞ୍ଚାଳକ ରାମପାଲ ସହିତ ୧୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରତ୍ୟେକ ଦୋଷୀଙ୍କ ଉପରେ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ଲଗା ଯାଇଛି। ମଙ୍ଗଳବାର ଏହି ଅଦାଲତ ରାମପାଲଙ୍କ ସହିତ ୧୫ ଜଣଙ୍କୁ ହତ୍ୟାର ଏକ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। କୋର୍ଟ ହତ୍ୟାର ଏହି ଦୁଇଟି ମାମଲାରେ ରାମପାଲଙ୍କ ସହିତ ୨୩ ଜଣଙ୍କୁ ଅକ୍ଟୋବର ୧୧ରେ ଦୋଷୀ ସାବ୍ୟସ୍ତ କରିଥିଲେ। ରାମପାଲ ଓ ଅନ୍ୟ ଦୋଷୀଙ୍କ ସଜା ଶୁଣାଯିବା ପରେ ସେମାନଙ୍କର ଓକିଲ ଏହି ରାୟକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି। ଓକିଲ କହିଛନ୍ତି ଯେ କୋର୍ଟଙ୍କ ଆଦେଶର ପତ୍ର ମିଳିବା ମାତ୍ରେ ହାଇକୋର୍ଟରେ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ। ସଜା ପାଇଥିବା ଦୋଷୀଙ୍କ ମଧ୍ୟରେ ରାମପାଲଙ୍କ ପୁତ୍ର ଓ ଭଣଜା ମଧ୍ୟ ସାମିଲ ଅଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close