NATIONALTOP STORIES

ଇସ୍ତଫା ଦେଲେ ଏମ୍. ଜେ. ଆକବର

ମି ଠୁ ବିବାଦ

ନୂଆଦିଲ୍ଲୀ, ୧୭ା୧୦ : ‘ମି ଠୁ’ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା କେନ୍ଦ୍ର ବର୍ହିବ୍ୟାପାର (ରାଷ୍ଟ୍ର ମନ୍ତ୍ରୀ) ଏମ୍.ଜେ ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ନାମରେ ଜଣେ ସାମ୍ବାଦିକା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ତେବେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏପରିକି ଆକବରଙ୍କ ଓକିଲ ଏହି ଘଟଣାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗୁରୁବାର ଏମ୍.ଜେ ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅନ୍ୟ କେତେକ ସାମ୍ବାଦିକା ସମର୍ଥନ କରିବା ପରେ ଆକବର ଅଡୁଆ ଭିତରକୁ ଚାଲି ଆସିଥିଲେ । ତେବେ ସେ ଗୁରୁବାର ସଂନ୍ଧ୍ୟାରେ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close