CRIMEODISHATOP STORIES

ମହିଳାଙ୍କ ଗଳିତ ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଭୁବନେଶ୍ୱର, ୨୦।୧୦ (ଓଡ଼ିଶା ଭାସ୍କର): ଶନିବାର ସକାଳୁ  ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ନିକଟ ୫୭ ନମ୍ବର ଜାତୀୟ ରାଜପଥ କଡ଼ରୁ ପୋଲିସ୍ ଜଣେ କ୍ଷତ ବିକ୍ଷତ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି । ତାଙ୍କ ବେକ ମଧ୍ୟ କଟାଯାଇଛି । ପାରିପାଶ୍ୱିର୍କ ଅବସ୍ଥାରୁ କେହି ଅନ୍ୟ ଆଡ଼େ ତାଙ୍କୁ ହତ୍ୟା କରି ଏଠାରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ବାମ ହାତରେ ଚିତାକୁଟା ଯାଇ ଇଂରାଜୀ ରେ ଲିପି  ବୋଲି ଲେଖା ଯାଇଛି। ଶବ ବ୍ୟବଛେଦ ପାଇଁ ପଠାଯାଇଥିବାବେଳେ  ମୃତ ମହିଳା ଭୁବନେଶ୍ୱର ଏୟାରଫିଲ୍ଡ ଥାନା   ଭୋଇ ସାହିର । ସେ ଏକ ବିମା କମ୍ପାନୀର ଏଜେଂଟ ଭାବେ କାମ କରୁଥିଲେ । ତାଙ୍କ ମୃତ ଦେହକୁ ତାଙ୍କ ସ୍ୱାମୀ ଚିହ୍ନଟ କରିଛନ୍ତି । ସେ ଗତକାଲି ଠାରୁ ନିଖୋଜ ଥିଲେ । ତାଙ୍କୁ ଦୁୁସ୍କର୍ମ ପରେ ହତ୍ୟା କରା ଯାଇ ଥିବା ଚର୍ଚ୍ଚା ହେଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close