ODISHATOP STORIES

ବସ୍ ଓଲଟି ୧୦ ଆହତ

ବାଲେଶ୍ଵର, ୨୨।୧୦ (ଓଡ଼ିଶା ଭାସ୍କର) : ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ଥିବା ରାଇବଣିଆଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଦଶ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍‍ଟି ଭୁବନେଶ୍ୱରରୁ ଉଲୁମରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡିଥିଲା। ଆହତମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close