fbpx

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୬ା୨: ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିଛି । ଜାମ୍ମୁକାଶ୍ମୀରରେ କେନ୍ଦ୍ରୀୟ ଆଇନ ପ୍ରଚଳନ ନିର୍ଦ୍ଦେଶକୁ ମଞ୍ଜୁରି ମିଳିଛି । ସେହିପରି ଲାକ୍ଷାଦ୍ୱୀପ, ମିନିକୟ ଓ ଅମିନଦ୍ୱୀପ ରାଜସ୍ୱ ଆଇନ ସଂଶୋଧନକୁ ମଧ୍ୟ ମଞ୍ଜୁରି ମିଳିଛି । ଏଣିକି ଲାକ୍ଷାଦ୍ୱୀପର ଆଦିବାସୀଙ୍କୁ ଜମି ଦଖଲ ଅଧିକାର ମିଳିବ ।
ଏହାସହ ଭାରତ ଓ ମିଆଁମାର ମଧ୍ୟରେ ୩ଟି ଏମଓୟୁକୁ କ୍ୟାବିନେଟ ମଞ୍ଜୁରି ମିଳିଛି । କାଠ ଚାଲାଣ ରୋକିବା, ବନ୍ୟଜୀବୀ ସଂରକ୍ଷଣ ଏବଂ ପେଟ୍ରୋଲିୟମ ଉତ୍ପାଦ ଓ ଯୋଗାଯୋଗ କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.