fbpx

ଡବଲ ମର୍ଡର ଘଟଣା: ହାଜର ହେବେ କଳ୍ପନାଙ୍କ ବାପା, ଅନୁପଙ୍କ ନାର୍କୋ ଟେଷ୍ଟ ଆବେଦନ ଖାରଜ

ରାୟଗଡ,୨୭ ।୨(ଓଡିଶା ଭାସ୍କର): ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ତୀର୍ଥଯାତ୍ରାରୁ ଫେରିଛନ୍ତି ଝାରସୁଗୁଡାରେ ଥିବା କଳ୍ପନା ଦାସଙ୍କ ବାପା ଓ ମାଆ । ଝିଅର ମୃତ୍ୟୁ ସମ୍ପର୍କରେ ଶୁଣି କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାସ ପ୍ରଥମେ ବେହୋସ୍ ହୋଇପଡିଥିଲେ । ଫେରାର୍ ନୁହେଁ ବରଂ ୨୨ ଦିନିଆ ତୀର୍ଥ ଯାତ୍ରା କରୁଥିଲୁ ବୋଲି ସେ କହିଛନ୍ତି ।

ଏହା ସହ ରୁଦ୍ରାକ୍ଷ କହିଛନ୍ତି ଯେ, ଅବସର ପରେ ବାପା-ମାଆଙ୍କୁ ପାଖରେ ରଖିବାକୁ କଳ୍ପନା କହିଥିଲା । ଝିଅର ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳୁ ।’ ଶେଷରେ ରାୟଗଡ ପୋଲିସ ନିକଟରେ ହାଜର ହେବେ ବୋଲି ରୁଦ୍ରାକ୍ଷ କହିଛନ୍ତି ।

ତେବେ କଳ୍ପନା ଦାସ ଓ ଝିଅଙ୍କୁ ହତ୍ୟା ଅଭିଯୋଗରେ ଅନୁପ ସାଏ ଗିରଫ ହୋଇଛନ୍ତି । ଏହି ମାମଲାରେ କଳ୍ପନାଙ୍କ ପରିବାରକୁ ରାୟଗଡ ପୋଲିସ ନୋଟିସ ଦେଇଥିଲା ।

ଅନ୍ୟପଟେ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଆବେଦନକୁ ଖାରଜ କରିଛନ୍ତି ରାୟଗଡ ସିଜେଏମ୍ କୋର୍ଟ । ଚକ୍ରଧରନଗର ପୋଲିସ ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଥିଲା । ଆବେଦନ ଖାରଜ ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ଛତିଶଗଡ଼ର ହମିରପୁର ଜଙ୍ଗଲରୁ ମିଳିଥିଲା । ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା । ତେବେ ଏହି ଡବଲ୍‌ ମର୍ଡର ଘଟଣାରେ ୨ଟି ଗାଡ଼ି ବ୍ୟବହାର ହୋଇଥିଲା ବୋଲି ଜଣାପଡ଼ିଛି । ଗୋଟିଏ ବୋଲେରୋ ଅନ୍ୟଟି ଇନୋଭା ବୋଲି ତଦନ୍ତରୁ ଜଣାପଡ଼ିଛି । ଏହି ୨ଟି ବ୍ରାଣ୍ଡ ଗାଡ଼ିର ମାଲିକାନା ଖୋଦ୍ ଅନୁପଙ୍କ ପାଖରେ ଥିଲା ।

Get real time updates directly on you device, subscribe now.