ASTROLOGYTOP STORIES

ଆଜି କିପରି ବିତିବ ଆପଣଙ୍କ ଦିନ (୧ା୧୧ା୨୦୧୮) (ଗୁରୁବାର)

ମେଷ – ଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ ଆଗକୁ ବଢିଚାଲନ୍ତୁ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ପରିବହନ ବ୍ୟବସାୟରେ ଲାଭ ମିଳିବ, ସାହିତ୍ୟିକ, ଦାର୍ଶନିକ ଓ ପୁସ୍ତକ ସଙ୍କଳକ ମାନେ ପୁରଷ୍କୃତ ହେବେ ।

ବୃଷ – ଶୁଭଚନ୍ଦ୍ରଙ୍କ ଶୁଭାର୍ଶିବାଦ ଯୋଗୁଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଭାଇଭଉଣିମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବା ରେ ମନନିବେଷ କରିବେ । ରାଜନୈତିକ କ୍ଷେତ୍ରରେ ଇଚ୍ଛସ୍ତରିୟ ଲୋକ ସହ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

ମିଥୁନ -ଅଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ଡାକ୍ତର ଓ ଓøଷଧ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।

କର୍କଟ – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧୁରିଯିବ ତତ୍ ସହିତ ଧନ, ମାନ ଓ ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିବ, ଅଧସ୍ତନ କର୍ମଚାରିମନଙ୍କର ପୂଣ୍ଣ ସହଯୋଗ ମିଳିବ । ସାଂସାରିକ ଜୀବନ ସୁଖରେ କଟିବ, ସମାଜରେ ମାନ ସମ୍ମାନ ମିଳିବ । ଅଚାନକ ଧନାଗମର ସୁଯୋଗ ରହିବ ।

ସିହଂ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ମହିଳାମାନେ ନିଜଲୋକଙ୍କର ଉନ୍ନତିରେ ଆନନ୍ଦିତ ହେବେ ଓ ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।

କନ୍ୟା – ଶୁଭଚନ୍ଦ୍ରର ପ୍ରଭାବରେ ଆଜି କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । କୌଣସି ନୁତନ ଯୋଜନା ଫଳବତୀ ହେବ, ମହିଳାମାନେ ଅତ୍ୟନ୍ତ ଉସ୍ଚାହିତ ରହିବେ ।

ତୁଳା – ଅଶୁଭ ଚନ୍ଦ୍ରଙ୍କର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ଓ ଅଜଣା ଭୟ ମନୋବଳକୁ ଦୁର୍ବଳ କରିଦେବ, ତଥାପି ଟଙ୍କା ପଇସା ଓ ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିବ, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ । ମହିଳା ମାନେ ସମସ୍ତ ଦିଗରୁ ସୁଖବର ପାଇବେ।

ବିଛା -ଶୁଭଚନ୍ଦ୍ରଙ୍କର ପ୍ରଭାବ ହେତୁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ଅଧିକ ରହିଛି, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ମହିଳାମାନେ ସୁଖରେ ଦିନଟି ଅତିବାହିତ କରିବେ ।

ଧନୁ – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରି କ୍ୟାରିଅର ଗଢିବାର ଭଲ ଅବସର ମିଳିବ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ । ସାଂସାରିକ ଜୀବନରେ ବହୁଦିନର ପୁରୁଣା ସ୍ମୃତି ଉଜିବିତ ହୋଇ ସୁଖରେ କଟିବ । ପରିବାରରେ ଶୁଭ କାର୍ଯ୍ୟ ସମ୍ପଣ୍ଣ ହେବ ।

ମକର – ଶୁଭଚନ୍ଦ୍ରଙ୍କର ପ୍ରଭାବରେ ସମସ୍ତ ଦିଗରୁ ଶୁଭଫଳ ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତାର ସ୍ୱାଦ ଚାଖିବେ, କୌଣସି ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ ଓ ଯଦି ଆଜି କୌଣସି ନୁନତ କାର୍ଯ୍ୟ ଆରମ୍ଭ କରିବେ ନିଶ୍ଚୟ ସଫଳ ହେବେ । ମହିଳା ଓ ଛାତ୍ରଛାତ୍ରି ମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

କୁମ୍ଭ – ଶୁଭଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ସ୍ଥାନ ଭ୍ରମଣରେ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ମହିଳାମାନେ ଖୁବ ଖୁସିରେ ଦିନଚର୍ଯ୍ୟା କରିବେ ।

ମୀନ – ଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସହଯୋଗର ଆଶା ଆଶାରେ ହିଁ ରହିଯିବ ଫଳରେ ଅତ୍ୟନ୍ତ ଅବସାଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ତଥାପି କୌଣସି ନୁତନ ଯୋଜନାରେ ସଫଳ ହେବ ଓ ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । ମହିଳାମାନେ କିଛି କରିବାର ସମ୍ଭବନା ମଧ୍ୟରେ ରହିଯିିବେ ।

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
(ଏମ.କମ୍, ଏମ୍.ବି.ଏ) ଭୁବନେଶ୍ୱର
ମୋ: ୯୪୩୮୩୮୯୦୩୯

Show More

Related Articles

Leave a Reply

Your email address will not be published. Required fields are marked *

Close