HOCKEYODISHASPORTSPORTSTOP STORIES

ପ୍ରଦର୍ଶନୀ ହକି ମ୍ୟାଚ, ଓଡ଼ିଶା ଏକାଦଶ ୫-୧ରେ ବିଜୟୀ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ପ୍ରଦର୍ଶନୀ ହକି ମ୍ୟାଚରେ ଓଡ଼ିଶା ଏକାଦଶ ଦର୍ଶନୀୟ ଖେଳ ଦେଖାଇ ୫-୧ ଗୋଲ୍ରେ ନ୍ୟୁସାଉଥ୍ ୱେଲ୍ସ ଏକାଦଶ ଦଳକୁ ପରାସ୍ତ କରିଛି । ଶିଳାନନ୍ଦ ଲାକ୍ରାଙ୍କ ୨ଟି ଗୋଲ୍ ମାଧ୍ୟମରେ ଓଡ଼ିଶା ଏହି ମ୍ୟାଚରେ ନିଜର ସ୍ଥିତି ମଜଭୂତ କରିଥିଲା । ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ପାଇଁ ହୋଇଥିବା ଶିବିରରେ ପ୍ରଶିକ୍ଷଣ କରିଥିବା ଶିଳାନନ୍ଦ ମ୍ୟାଚର ପ୍ରଥମ କ୍ୱାର୍ଟରର ଦ୍ୱିତୀୟ ମିିନିଟ୍ରେ ଦଳ ପାଇଁ ଗୋଲ୍ ହାସଲ କରିଥିଲେ । ତେବେ ଏହାର କିଛି ସମୟ ମଧ୍ୟରେ ପ୍ରତିପକ୍ଷ ଦଳର ଜାକ୍ ପିକରିଂ ବରାବରିର ଗୋଲ୍ ହାସଲ କରିଥିଲେ । ୧୫ତମ ମିନିଟ୍ରେ ଶିଳାନନ୍ଦ ଆଉ ଏକ ଗୋଲ୍ କରି ଓଡ଼ିଶାକୁ ଆଗୁଆ କରିଥିଲେ । ଦଳର ଅଧିନାୟକ ଅମିତ୍ ରୋହିଦାସ ଦ୍ୱିତୀୟ କ୍ୱାର୍ଟରରେ ଆଉ ଏକ ଗୋଲ୍ କରି ଓଡ଼ିଶାକୁ ୩-୧ରେ ଅଗ୍ରଣୀ କରିଥିଲେ । ଦ୍ୱିତିୟାର୍ଦ୍ଧରେ ମଧ୍ୟ ଓଡ଼ିଶା ମଜଭୂତ ଖେଳ ଦେଖାଇଥିଲା । ମନିତ୍ କେରକେଟା ୩୫ତମ ମିନିଟ୍ରେ ଦଳ ପାଇଁ ଆଉ ଏକ ଗୋଲ୍ କରି ଘରୋଇ ଦଳକୁ ୪-୧ରେ ଆଗୁଆ କରିଥିଲେ । ଓଡ଼ିଶା ପାଇଁ ପ୍ରସନ୍ନ ତିର୍କୀ ୪୪ତମ ମିନିଟ୍ରେ ୫ମ ଗୋଲ୍ କରିବାରେ ସଫଳ ହୋଇଥିଲେ । ନବନିର୍ମିତ କଳିଙ୍ଗ ଷ୍ଟାଡିୟମରେ ଏହା ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ରହିଥିଲା । ଏହି ୨ ଦଳ ମଧ୍ୟରେ ଆଉ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ୪ ତାରିଖରେ ରାଉରକେଲାରେ ଅନୁଷ୍ଠିତ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *