fbpx

ସୋନୁଙ୍କ ହସରେ ଲୋକେ ପାଗଳ, ସୋସିଆଲ ମିଡିଆରେ ଛାଇଗଲେ ଡେଲିଭରୀ ବୟ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେହିପରି ନିକଟରେ ଫୁଡ୍ ଡେଲିଭର କମ୍ପାନୀ ଜୋମାଟୋର ଏକ ଡେଲିଭରୀ ବୟ ସୋନୁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକି ଇଣ୍ଟରନେଟରେ ଛାଇଯାଇଛି । ସୋନୁଙ୍କ ବହୁ ଭିଡିଓ ଇଣ୍ଟରନେଟରେ ବହୁ ତୀବ୍ରରେ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ଜୋମାଟୋ ଇଣ୍ଡିଆ ନିଜ ଟ୍ୱିଟରର ଡିପିରେ ସୋନୁଙ୍କ ଫଟୋ ମଧ୍ୟ ରଖିଛି ।

ତେବେ ଭିଡିଓରେ ଜଣେ ବ୍ୟକ୍ତି ସୋନୁଙ୍କୁ ତାଙ୍କ ଦରମା ବିଷୟରେ ପଚାରିଛନ୍ତି । ଏଥିରେ ସୋନୁ ଖୁସି ହୋଇ ହସ ହସ ମୁହଁରେ ଜବାବ ଦେଇଥିବା ଦେଖିବାକୁ ମିଳିଛି । ଲୋକମାନେ ସୋନୁଙ୍କ ସ୍ମାଇଲର ଫ୍ୟାନ୍ ହୋଇଗଲେଣି । ଏହା ସହ ଲୋକମାନେ ସୋନୁଙ୍କ ପାଇଁ ବିଭିନ୍ନ ପ୍ରକାର ଖାଇବା ଅର୍ଡର କରୁଥିବା ଜଣାପଡିଛି ।

Get real time updates directly on you device, subscribe now.