fbpx

+2 ପରୀକ୍ଷା, ଅଧଘଣ୍ଟା ପୂର୍ବରୁ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର

ଭୁବନେଶ୍ୱର, ୨୯ା୨(ଓଡ଼ିଶା ଭାସ୍କର): ଚଳିତବର୍ଷ ମାର୍ଚ୍ଚ୩ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସୁରୁଖୁରୁ ଭାବେ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ । ସେ କହିଛନ୍ତି ଅଧଘଣ୍ଟା ପୂର୍ବରୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ନକଲି ପରୀକ୍ଷାର୍ଥୀଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସେ କହିଛନ୍ତି ଯେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।

୧୧୪୩ଟି ପରୀକ୍ଷା କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରେରଣ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଶ୍ନପତ୍ର ମାର୍ଚ୍ଚ ୧୧ରେ ପଠାଯିବ । ଯୁକ୍ତ ଦୁଇ ପରୀକ୍ଷାରେ କଳାରେ ୨,୨୦,୪୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ବିଜ୍ଞାନରେ ୯୭,୫୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବାଣିଜ୍ୟରେ ୨୫,୭୮୫ ଛାତ୍ରଛାତ୍ରୀ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୭,୦୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Get real time updates directly on you device, subscribe now.