ODISHATOP STORIES

ୱାଇଫାଇ ଜୋନ୍ ହେଲା ଭୁବନେଶ୍ୱର, ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫।୧୧ (ଓଡ଼ିଶା ଭାସ୍କର): ସୋମବାର ଠାରୁ ୱାଇଫାଇ ସହରରେ ପରିଣତ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱର । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ ଏବଂ ୱାଇଫାଇ ଜୋନ୍ ଫଳରେ ଏହା ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେବା ବିଏମସି ଅଞ୍ଚଳରେ ଲୋକଙ୍କୁ ମାଗଣାରେ ମିଳିବ । ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟ୍ ଲୋକାର୍ପିତ ହୋଇଛି । ଏଥିରେ କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲକୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ। ଏବେ ଦିନକୁ ମାଗଣାରେ ୨୫୦ ଏମ୍ ବି ଇଣ୍ଟରନେଟ୍ ଉପଲବ୍ଧ ହେବ। ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ ବୋଲି କୁହାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close