ASTROLOGY

ଆଜିର ରାଶିଫଳ (୬ା୧୧ା୨୦୧୮) (ମଙ୍ଗଳବାର)

ମେଷ – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

ବୃଷ – ଶୁଭଚନ୍ଦ୍ର ଚଳନ ଫଳରେ ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।

ମିଥୁନ – ଅଶୁଭଚନ୍ଦ୍ର ପ୍ରଭାବରେ ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।

କର୍କଟ – ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।

ସିହଂ – ଏହି ରାଶିର ଲୋକମାନଙ୍କ ପାଇଁ ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।

କନ୍ୟା – ଅଶୁଭଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଆୟଠାରୁ ବ୍ୟୟାଧିକ ହେତୁ ରକ୍ତଚାପ ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ନାହିଁ ।

ତୁଳା – ଶୁଭ ଚନ୍ଦ୍ର ପ୍ରଭାବରେ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ଗୁହନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଶୁଭ ଖବର ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି ଅତିବାହିତ କରିବେ ।

ବିଛା – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୁତନ ଯାନ କ୍ରୟ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

ଧନୁ – ଶୁଭଚନ୍ଦ୍ର ଚଳନ ଫଳରେ ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

ମକର – ଶୁଭଚନ୍ଦ୍ର ଚଳନ ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

କୁମ୍ଭ – ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ବହୁ ପରିମାଣରେ ଉତ୍ସାହିତ ରହିବେ ।

ମୀନ – ଅଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, ସମସ୍ତ ଶୁଭ କର୍ମ ବର୍ଜନ, ଅଯଥା ଖର୍ଚ୍ଚ ବଢିବ, ତେଣୁ ଆୟ ଦେଖି ବ୍ୟୟ ମଧ୍ୟ ଦେଖିଚାହିଁ କରନ୍ତୁ । ମହିଳା ଓ ଛାତ୍ରଛାତ୍ରୀମାନେ ଦେଖିକରି କାର୍ଯ୍ୟ କରନ୍ତୁ ।

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
(ଏମ.କମ୍, ଏମ୍.ବି.ଏ) ଭୁବନେଶ୍ୱର
ମୋ: ୯୪୩୮୩୮୯୦୩୯

Show More

Related Articles

Leave a Reply

Your email address will not be published. Required fields are marked *

Close