ODISHATOP STORIES

ରାଜଧାନୀରେ ମୋ ବସ୍ ସେବାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୧୧ (ଓଡ଼ିଶା ଭାସ୍କର): ଓଡ଼ିଶା ରାଜଧାନୀ ଭୁବନେଶ୍ବର ରେ ଖେଳାଯିବାକୁ ଥିବା ହକି ବିଶ୍ୱ କପ ପାଇଁ ରାଜ୍ୟ ସରକାର ଅନେକ କାମ ହାତକୁ ନେଇଛନ୍ତି । ତେବେ ଖେଳ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଜନାସମାଗମ ହେବ । ତେବେ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମୋ ବସ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣ ୧୧ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରେ ଏହାର ଉଦଘାଟନ କରି ଛନ୍ତି । ସମ୍ପୂର୍ଣ୍ଣ ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ବସଗୁଡିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ।

ବିନା ସୁରକ୍ଷାରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ବିନା କୌଣସି ସୁରକ୍ଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହାଠାତ୍‌ ଏୟାରପୋର୍ଟରୁ ବିଧାନସଭା ଯାତ୍ରା କରିଛନ୍ତି। ତାହା ପୁଣି ସାଧାରଣ ଯାତ୍ରୀଙ୍କ ସହ ସିଟି ବସ୍‌ରେ। ବିମାନବନ୍ଦର ପାଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂତ୍ତି ପାଖରେ ସହରରେ ନୂଆ କରି ଲାଗୁ ହୋଇଥିବା ‘ମୋ ବସ୍‌’ ସେବାକୁ ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଧାନସଭା ଆଡ଼କୁ ଯାତ୍ରା ପାଇଁ ଇଚ୍ଛା କରିଥିଲେ। ଏହିକ୍ରମରେ ସେ ନୂଅାକରି ଚାଲିବାକୁ ଥିବା ଏକ ବସ୍‌ରେ ବସି କଣ୍ଡକ୍ଟରକୁ ୧୦ ଟଙ୍କିଆ ନୋଟ୍‌ ଟିକେଟ୍‌ ବାବଦରେ ଦେଇଥିଲେ। ସେଥିରୁ ଆଠ ଟଙ୍କା ଭଡ଼ା ରଖି ସମ୍ପୃକ୍ତ କଣ୍ଡକ୍ଟର ଅବଶିଷ୍ଟ ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଫେରାଇଦେଇଥିଲେ। ତା’ ପରେ ଯାତ୍ରୀଙ୍କ ମନରେ ଉତ୍ସାହ ଆରମ୍ଭ ହୋଇଯାଇଥିଲା। ଅନେକ ଯାତ୍ରୀ ତାଙ୍କ ସଙ୍ଗେ ସେଲ୍ଫି ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ତାହାକୁ ଅନୁମତି ଦେବା ପରେ ଆରମ୍ଭ ହୋଇଥିଲା ସେଲ୍ଫି ମାନିଆ।

କଣ୍ଡକ୍ଟର ନୁହେଁ; ଗାଇଡ୍‌
ମୋବାଇଲ୍‌ ଆପ୍‌ ସଂଯୁକ୍ତ ଜିପିଏସ୍‌ ପରିଚାଳିତ ‘ମୋ ବସ୍‌’ ସେବାରେ ନିଯୁକ୍ତ କଣ୍ଡକ୍ଟରମାନଙ୍କୁ ଏଣିକି ଗାଇଡ୍‌ ଭାବେ ଡକାଯିବ। ଏନେଇ ମୁଖ୍ୟମନ୍ତ୍ରୀ ଯାତ୍ରା ଅବସରରେ ନିଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏହି ବସ୍‌ ସେବାରେ ୫୦ ପ୍ରତିଶତ ମହିଳା କଣ୍ଡକ୍ଟର ବି ନିଯୁକ୍ତ ହେବେ।

ଗଡିବ ୩୦୦ ମୋ ବସ୍

ରାଜଧାନୀରେ ୩୦୦ ବସ୍‌ ମୋ ବସ୍‌ ସେବା ମାଧ୍ୟମରେ ପରିଚାଳନା କରାଯିବାକୁ ସ୍ଥିର ହୋଇଛି। ଏଥିନେଇ ପୂର୍ବରୁ କେଉଁ ରୁଟ୍‌ରେ କେଉଁ ଆଡ଼କୁ ବସ୍‌ ଯିବ ତାହା ସ୍ଥିର କରାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ ନୂଆ ବସ୍‌ ରାଜଧାନୀରେ ଗଡ଼ିବା ଆରମ୍ଭ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close