fbpx

ଚାଳକ ସାବଧାନ୍ ! କାଲିଠୁ କଡାକଡି ହେବ ଟ୍ରାଫିକ୍ ନିୟମ

ଭୁୁବନେଶ୍ୱର,୨୯ ।୨(ଓଡିଶା ଭାସ୍କର): ଚାଳକମାନେ ସାବଧାନ ହୋଇଯାଆନ୍ତୁ । କାଲିଠାରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ । ମାର୍ଚ୍ଚ ୧ରୁ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଟ୍ରାନ୍ସପୋର୍ଟ କମିସନର ସମସ୍ତ ଜିଲ୍ଲାପାଳ, ଏସପି ଓ ଡିଏସପିମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ୧୦ଟି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଥା ଉଲ୍ଲେଖ କରିଛନ୍ତି କମିଶନର..
-ମଦ ପିଇ ଗାଡି ଚଳାଇଲେ, ଦ୍ରୁତ ଗତିରେ ଗାଡି ଚଳାଇଲେ ଜରିମାନା
-ରେଡ ସିଗନାଲ ଡେଇଁଲେ, ଭୁଲ ଦିଗରେ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ
-ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ଜରିମାନା

-ବାଇକରେ ୩ ଜଣ ବସିଲେ, ହେଲମେଟ୍ ନପିନ୍ଧିଲେ ଜରିମାନା
-ସିଟ୍ ବେଲ୍ଟ ନପିନ୍ଧିଲେ, ଓଭରଲୋଡିଂ କ୍ଷେତ୍ରରେ ଜରିମାନାନାବାଳକ ଗାହି ଚାଳନା ଉପରେ ନଜର ରଖିବାକୁ ନିର୍ଦ୍ଦେଶ..

ଏହାପୂର୍ବରୁ ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହୁଥିବା କାରଣରୁ ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ୟ୍ୟନ୍ତ କୋହଳ କରାଯାଇଥିଲା।

Get real time updates directly on you device, subscribe now.