CITY NEWSNEWSODISHATOP STORIES

ଷ୍ଟେସନ ବଜାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁ କୁ କାବୁ କଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର, ୭।୧୧ (ଓଡ଼ିଶା ଭାସ୍କର): କଟକ ରୋଡ ସ୍ଥିତ ପୁରୁଣା ଷ୍ଟେସନ ବଜାର ଏକ ତିନି ମହଲା ବିଶିଷ୍ଟ ଘରେ ରାତି ୧୧.୩୦ରେ ନିଆଁ ଲାଗି ଯାଇଥିଲା । ଖବର ପାଇ କଳ୍ପନା ଅଗ୍ନିଶମ ବିଭାଗ ଓ ବରମୁଣ୍ଡା ଅଗ୍ନିଶମ ବିଭାଗର ୮ଟି ଗାଡି ନିଆଁ କୁ ଆୟତ୍ତ କରିବାକୁ ଦୀର୍ଘ ୩ ଘଣ୍ଟା ସମୟ ଲାଗିଥିଲା । ଘର ର ଗେଟଟି ସେଣ୍ଟ୍ରାଲ ଲକ ହୋଇଥିବାରୁ ଅଗ୍ନିଶମ କର୍ମଚାରୀ ଙ୍କୁ ତାହା ତାଡିବାକୁ ପଡିଥିଲା । ଦିୱାନ ଗର୍ଗ ନାମକ ଜଣେ ବ୍ୟବସାୟୀ ଙ୍କ ପୁରୁଣା ଷ୍ଟେସନ ବଜାର ସ୍ଥିତ ତଳ ଘର ଗୋଦାମରେ ନିଆଁ ଲାଗିଯାଇଥିଲା । ତଳ ଘରେ ତାଙ୍କର ପାଇପ ହୋଲସେଲ ଦୋକାନ ଥିବାରୁ ବହୁ ପରିମାଣର ପ୍ଲାଷ୍ଟିକ ପାଇପ ଦୋକାନରେ ଉପଲବ୍ଧ ଥିଲା । ଯାହାକି ନିଆଁ ବ୍ୟାପିବାରେ ସହାୟକ ହୋଇଥିଲା । ଯାହାକି ଗର୍ଗ ଟ୍ରେଡିଂ ରୁ ନିକଟବର୍ତ୍ତୀ ଗୁପ୍ତା ଟ୍ରେଡର୍ଶ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଦିୱାନଙ୍କ ପରିବାର ଦ୍ୱିତୀୟ ମହଲା ରେ ରହୁଥିବାରୁ ସିଡ଼ି ସାହାଯ୍ୟରେ ପରିବାର ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଶ୍ୱାସରୁଦ୍ଧ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close