ODISHASPORTTOP STORIES

ବାଣ ଫୁଟାଇବା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ

ଭୁବନେଶ୍ୱର, ୮।୧୧ (ଓଡ଼ିଶା ଭାସ୍କର): ଆଲୋକର ଉତ୍ସବ ଦୀପାବଳୀ ରେ ବାଣ ଫୁଟାଇବା ବେଳେ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ଭଦ୍ରକରେ ବାଣ ଫୁଟାଇବା ବେଳେ ୨ଶିଶୁଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ବାଲିଖଣ୍ଡର ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ବାରିକପୁର ପାଇମୋରାର ଜଣେ ଆହତ ହୋଇଛନ୍ତି । ପବିତ୍ର ଦୀପାବଳି ଅବସରରେ ଲୋକମାନେ ବଡବଡିଆ ଡାକି ପିଠା ପଣା କରି ମଉଜ କରୁଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ବାଣ ଫୁଟାଇବା କାରଣରୁ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଠିକ ସେହିଭଳି ବାଲିଖଣ୍ଡରେ ମଧ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ମଇତାପୁରରେ ଜଣେ ୪ ବର୍ଷର ଶିଶୁ ବାଣ ନିଆଁରେ ପୋଡି ଆହତ ହୋଇଥିବା ଜଣାପଡିଛି । ଚାନ୍ଦବାଲିରେ ବାଣ ଫୁଟିବା ସମୟରେ ନିଆଁରେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଯାଜପୁରରୋଡ ଅଂଚଳରେ ବାଣଫୁଟାଇବା ବେଳେ ଜଣେ ବାଳକର ଆଖିରେ ଆଘାତ ଲାଗିଛି । ଉଦଳା ଜାମୁନା ଗାଁରେ ୩ ଜଣ ଏବଂ ବରହମପୁରରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close