INTERNATIONAL NEWSTOP STORIES

କାଲିଫର୍ଣ୍ଣିଆସ୍ଥିତ ବାର୍ରେ ଗୁଳିମାଡ଼, ୧୩ ମୃତ

ଥାଉଜଣ୍ଡ ଓକ୍ସ : ଆମେରିକାର ସଦର୍ଣ୍ଣ କାଲିଫର୍ଣ୍ଣିଆସ୍ଥିତ ଏକ ଜନଗହଳିପୂର୍ଣ୍ଣ ବାର୍ରେ ବୁଧବାର ବିଳମ୍ବିତ ରାତ୍ରରେ ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ ଆରମ୍ଭ କରିଦେଇଥିଲା । ଏହି ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୧ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ଆଖିବୁଜା ଗୁଳିମାଡ଼ କରିଥିବା ସନ୍ଧିଗ୍ଧ ବ୍ୟକ୍ତିକୁ ମାରି ଗଡାଇବାରେ ସଫଳ ହୋଇଛନ୍ତି । କାଲିଫର୍ଣ୍ଣିଆର ଥାଉଜଣ୍ଡ ଓକ୍ସ ସ୍ଥିତ ବାର୍ରେ ଏପରି ଘଟଣା ଘଟିଛି । ଘଟଣାସ୍ଥଳରେ ଏହି ଆତତାୟୀଜଣକ ପ୍ରାୟ ୩୦ ରାଉଣ୍ଡ ଗୁଳି ଫୁଟାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଆତତାୟୀଜଣକର ଆତଙ୍କବାଦୀ ଲିଙ୍କ୍ ଥିଲା କି ନାହିଁ ତାହା ଯାଞ୍ଚ ଚାଲିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close