HOCKEYSPORTSPORTSTOP STORIES

ହକି ବିଶ୍ୱକପ୍ ପାଇଁ ଖେଳାଳୀଙ୍କ ନାମ ଘୋଷଣା କଲା ହକି ଇଣ୍ଡିଆ

ଦଳରେ ଓଡ଼ିଶାର ୨ ପ୍ରତିଭାବାନ ଖେଳାଳୀ

ନୂଆଦିଲ୍ଲୀ, ୮ା୧୧ : ନଭେମ୍ବର ୨୮ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ଗୁରୁବାର ଖେଳାଳୀଙ୍କ ନାମ ଘୋଷଣା କରିଛି ହକି ଇଣ୍ଡିଆ । ହକି ବିଶ୍ୱକପ୍ ଦଳରେ ୧୮ଜଣ ଖେଳାଳୀଙ୍କୁ ନିଆଯାଇଛି । ମନ୍ପ୍ରିତ୍ ସିଂ ଭାରତୀୟ ହକି ଟିମ୍ର ନେତୃତ୍ୱ ଘୋଷଣା କରାଯାଇଥିବା ବେଳେ ଚିଙ୍ଗଲେନ୍ସାନା ସିଂ କଙ୍ଗୁଜାମ୍ ଉପଅଧିନାୟକ କାର୍ଯ୍ୟ ତୁଲାଇବେ । ପି.ଆର୍. ଶ୍ରୀଜେସ୍ ଏବଂ କ୍ରିସନ୍ ବାହାଦୁର ପାଠକ୍ଙ୍କୁ ଦଳରେ ଗୋଲ୍କିପରଭାବେ ନିଆଯାଇଛି । ଏହି ଦଳରେ ଓଡ଼ିଶାର ତାରକା ଖେଳାଳୀ ମଧ୍ୟ ସାମିଲ ହୋଇଛନ୍ତି । ଓଡ଼ିଶାର ଅନୁଭବୀ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରାଙ୍କୁ ଦଳରେ ସାମିଲ କରାଯାଇଛି । ଗତ ମାସରେ ମୁସ୍କାଟରେ ଆୟୋଜିତ ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସେ ଦଳ ସହ ନ ଥିଲେ । ତେବେ ତାଙ୍କୁ ବିଶ୍ୱକପ୍ ଦଳରେ ସାମିଲ କରାଯାଇଛି । ସେହିପରି ଓଡ଼ିଶାର ଖେଳାଳୀ ଅମିତ୍ ରୋହିଦାସଙ୍କୁ ସାମିଲ କରାଯାଇଛି । ୨୦୧୬ ଜୁନିଅର୍ ବିଶ୍ୱକପ୍ ବିଜେତା ଦଳରୁ ସୁରେନ୍ଦର କୁମାର ଏବଂ କୋଥାଜିତ୍ ସିଂଙ୍କୁ ଏବେ ସିନିଅର୍ ଦଳରେ ନିଆଯାଇଛି । ମିଡ଼ ଫିଲ୍ଡରେ ଅଧିନାୟକ ମନପ୍ରିତ୍ ସିଂ ଖେଳିବେ ଏବଂ ତାଙ୍କ ଅନୁଭବ ଦଳ ପାଇଁ ସୁଫଳ ଆଣିବାରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି । ଉପଅଧିନାୟକ ଚିଙ୍ଗଲେନ୍ସାନା ସିଂ କଙ୍ଗୁଜାମ୍ ମିଡ଼୍ଫିଲ୍ଡ ଦାୟିତ୍ୱ ସମ୍ଭାଳିବେ । ଅନୁଭବୀ ଆକାଶଦୀପ ସିଂ, ଦଲପ୍ରିତ୍ ସିଂ, ଲଲିତ୍ ଉପାଧ୍ୟୟ ଏବଂ ମନଦୀପ ସିଂ ଏବଂ ସିମ୍ରନ୍ ଜିତ୍ ସିଂ ଫରୱାର୍ଡରେ ଖେଳିବେ ବୋଲି ସୂଚନା ଦିଆଯାଇଛି । ଭାରତ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ବୋଲି ସୂଚନା ଦିଆଯାଇଛି ।

ଭାରତୀୟ ହକି ଟିମ୍
ପି.ଆର୍. ଶ୍ରୀଜେସ୍ (ଗୋଲ୍କିପର), କ୍ରିସନ୍ ବାହାଦୂର ସିଂ (ଗୋଲ୍କିପର), ହରମନ୍ପ୍ରିତ ସିଂ, ବିରେନ୍ଦ୍ର ଲାକ୍ରା, ବରୁଣ କୁମାର, କୋଥାଜିତ୍ ସିଂ ଖଦାଙ୍ଗବାମ୍, ସୁରେନ୍ଦର କୁମାର, ଅମିତ୍ ରୋହିଦାସ (ସମସ୍ତେ ଡିଫେଣ୍ଡର), ମନ୍ପ୍ରିତ୍ ସିଂ (ଅଧିନାୟକ), ଚିଙ୍ଗଲେନ୍ସାନା ସିଂ କଙ୍ଗୁଜାମ୍ (ଉପଅଧିନାୟକ), ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂ, ସୁମିତ୍ (ସମସ୍ତେ ମିଡ଼ଫିଲ୍ଡର), ଆକାଶଦୀପ ସିଂ, ମନ୍ଦୀପ ସିଂ, ଦିଲପ୍ରିତ ସିଂ, ଲଲିତ୍ କୁମାର ଉପାଧ୍ୟୟ, ସିମ୍ରନ୍ଜିତ୍ ସିଂ(ସମସ୍ତେ ଫରୱାର୍ଡ ଖେଳାଳୀ) ।

Show More

Related Articles

Leave a Reply

Your email address will not be published. Required fields are marked *

Close