CRICKETSPORTSPORTSTOP STORIES

ଗୋଟିଏ ଓଭରରେ ୪୩ ରନ୍ କରି ବିଶ୍ୱରେକର୍ଡ

ହାମିଲଟନ୍, ୮ା୧୧ : ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟ୍ରେ ହୋଇଛି ଏକ ବିରଳ ରେକର୍ଡ । ହାମିଲଟନ୍ର ସେଡାନ ପାର୍କରେ ବୁଧବାର ଦି ଫୋର୍ଡ ଟ୍ରଫିରେ ଖେଳାଯାଇଥିବା ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚରେ ଏକ ଓଭରରେ ୪୩ ରନ୍ ହୋଇଛି । ଏହି ରେକର୍ଡ କରିଛନ୍ତି ଜୋକାର୍ଟର ଓ ବ୍ରେଟ୍ ହ୍ୟାମପଟନଙ୍କ ଯୋଡି । ନର୍ଦ୍ଦନ ଡିଷ୍ଟ୍ରିକ୍ଟ ପକ୍ଷରୁ ଖେଳି ଜୋ କାର୍ଟର ଅପରାଜିତ ୧୦୨ ଓ ବ୍ରେଟ୍ ହାମ୍ପଟନ ୯୫ ରନ୍ କରିଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନ ବିପକ୍ଷ ଦଳ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟର ଦୃତ ବୋଲର ୱଲେନ୍ ଲୁଡିଙ୍କ ଗୋଟିଏ ଓଭରରେ ୪୩ ରନ୍ ୪,୬ ନୋ ବଲ୍), ୬, ୧, ୬, ୬, ୬ ମାରିଛନ୍ତି । ଏହି ବୋଲରଜଣକ ପୁରା ୧୦ ଓଭରରେ ୮୫ ରନ୍ ଦେଇଛନ୍ତି । ଗୋଟିଏ ଓଭରରେ ୬ଟି ବଲ୍ ଫିଙ୍ଗାଯାଏ ଏବଂ ଏଥିରୁ ସର୍ବାଧିକ ୩୬ ରନ୍ ହୋଇପାରିବ । ମାତ୍ର ଏହି ଓଭରରେ ଦୁଇଟି ବଲ୍ ନୋ ବଲ୍ ରହିଥିଲା, ଏଥିରେ ବ୍ୟାଟ୍ସମ୍ୟାନଙ୍କୁ ଦୁଇଟି ଅତିରିକ୍ତ ବଲ୍ ମିଳିଥିଲା । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ଏକ ବିଶ୍ୱ ରେକର୍ଡ । ଏହି ଓଭରରେ ହ୍ୟାମପଟନ ରନ୍ କରିବା ଆରମ୍ଭ କରିଥିଲେ । ସେ ପ୍ରଥମ ବଲ୍ରେ ଚୌକା ମାରିଥିôବା ବେଳେ ଦ୍ୱିତୀୟ ବଲରେ ଛକା ମାରିଥିଲେ । ଛକା ମାରିଥିବା ଦ୍ୱିତୀୟ ବଲ ନୋ ବଲ୍ ହୋଇଥିଲା । ଏହି ବଲ୍କୁ ସେ ପୁଣି ଥରେ ଛକା ମାରିଥିଲେ । ପୁଣି ଥରେ ଏହା ନୋ ବଲ୍ ରହିଥିଲା । ହ୍ୟାମପଟନ ପର୍ବତା ବଲ୍ରେ ବାକି ୩ଟି ବଲ୍ରେ ହ୍ୟାଟ୍ରିକ ଛକା ମାରି ମୋଟ୍ ୧୮ ରନ୍ ସଂଗ୍ରହ କରିଥିଲେ । ଏହିପରି ପୁରା ଓଭରରେ ୪୩ ରନ୍ ହୋଇଥିଲା । ଏହା ପୂର୍ବରୁ ଲିଷ୍ଟ ଏ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ରନ୍ କରିବାର ରେଡର୍କର ଏଲଟନ ଚିଗୁମ୍ ରାଙ୍କ ନାମରେ ଥିଲା । ୨୦୧୩ରେ ଢାକା ପ୍ରିମିୟର ଡିଭିଜନ ଟୁର୍ଣ୍ଣାମେଣ୍ଟର ଏକ ମୁକାବିଲାରେ ଶେଖ ଜମାଲ କ୍ଲବ ପକ୍ଷରୁ ଖେଳି ଚିଗୁମ୍ବୁରା ଆବାହନୀ ଲିମିଟେଡ୍ ବିପକ୍ଷରେ ଗୋଟିଏ ଓଭରରେ ୩୯ ରନ୍ ୪ (ନୋ ବଲ୍), ୱାଇଡ୍ ୧, ୬, ୪, ୬, ୪, ୬ ୱାଇଡ୍ ୧,୬) କରିଥିଲେ । ଲିଷ୍ଟ ଏ କ୍ରିକେଟ୍ରେ ଗୋଟିଏ ଓଭରରେ ସର୍ବାଧିକ ରନ୍ କରିବାର ରେକର୍ଡ ପୂର୍ବରୁ ୨୦୧୮/୧୯, ଏଲଯନ ଚିଗୁମ୍ବୁରା (ବୋଲର-ଆଲ୍ଲାଉଦ୍ଦିନ ବାବୁ)-୩୯ ରନ୍, ୨୦୧୩/୧୪ ଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close