fbpx

ଗାଡି ଚେକିଂକୁ ନେଇ ରାଜମହଲ ଛକରେ ଉତ୍ତେଜନା

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ରାଜଧାନୀ ଭୁବନେଶ୍ୱର ରାଜମହଲ ଛକରେ ଚେକିଂ ବେଳେ ଉତ୍ତେଜନା ଦେଖାଦେଇଛି । ରଙ୍ଗରୁଟରେ ଡ୍ରାଇଭିଂ କରି ଧରାପଡିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି ।

ତେବେ ରଙ୍ଗରୁଟରେ ଡ୍ରାଇଭିଂ କରୁଥିବା ଜଣେ ମହିଳା ଚାଳକଙ୍କୁ ଧରିଥିଲା ଟ୍ରାଫିକ୍ ପୋଲିସ । ନୋ ଡ୍ରାଇଭ ସାଇନ୍ ବୋର୍ଡ ନଥିବା ନେଇ ପ୍ରଶ୍ନ କରିଥିଲେ ସମ୍ପୃକ୍ତ ମହିଳା ଜଣକ । ଏହାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହେବା ପରେ ମହିଳା ଚାଳକଙ୍କୁ ଛାଡିଥିଲା ପୋଲିସ । ପରେ ପୋଲିସ ରାଜମହଲ ଛକରୁ ଚେକିଂ ବନ୍ଦ କରିଦେଇଥିଲା ।

Get real time updates directly on you device, subscribe now.