NATIONALTOP STORIES

ଭାରତୀୟ ସେନା କୁ ମିଳିଲା ଶକ୍ତି, ସାମିଲ୍ ହେଲା ୨ ଅତ୍ୟାଧୁନିକ ତୋପ

ନୂଆଦିଲ୍ଲୀ, ୯।୧୧: ରକ୍ଷା ମନ୍ତ୍ରୀ ସୀତାରମଣଙ୍କ ଉପସ୍ଥିତିରେ ଶୁକ୍ରବାର ଭାରତୀୟ ସେନାରେ ତିନୋଟି ପ୍ରମୁଖ ତୋପ ସାମିଲ କରାଯାଇଛି । ଯେଉଁଥିରେ ଏମ୭୭୭ ଆମେରିକାନ ଅଲଟ୍ରା ଲାଇଟ ହୋବିଶ୍ଚର ଓ କେ-୯ ବଜ୍ର ସାମିଲ ଅଛି । କେ-୯ ବଜ୍ର ଏକ ସ୍ୱଂୟଚାଳିତ ତୋପ ଅଟେ । ସେନାରେ ସାମିଲ କରାଯାଇଥିବା ତୃତୀୟ ତୋପ କମ୍ପୋଜିଟ ଗନ ଟୁଇିଂ ଭିକେଲ ଅଟେ । ଏକ ଅଧିକାରୀ କହିଛନ୍ତି କି, ଆଗାମୀ ବର୍ଷରେ ମଧ୍ୟ ଏକ ‘ଏମ୭୭୭’ ଓ କେ-୯ ବଜ୍ର’ର ପ୍ରଥମ ରେଜିମେଂଟ ତିଆରି ପ୍ରସ୍ତୁତି ପୂର୍ବରୁ ଏହି ତୋପକୁ ସ୍ଥଳସେନାରେ ସାମିଲ କରାଯାଇଛି । ଏହି ରେଜିମେଂଟରେ ୧୮ ‘ଏମ ୭୭୭ ଓ ୧୮ କେ-୯ ବଜ୍ର ସାମିଲ କରିବାର ଯୋଜନା କରାଯାଉଛି । ୧୪୫ ‘ଏମ୭୭୭’ ତୋପ କିଣିବା ପାଇଁ ଭାରତ ନଭେମ୍ବର ୨୦୧୬ରେ ଆମେରିକା ସହିତ ୫,୦୭୦ କୋଟି ମୂଲ୍ୟର ଏକ ଚୁକ୍ତି କରିଥିଲା । ବିଦେଶୀ ସୈନ୍ୟ ବିକ୍ରି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଚୁକ୍ତି କରାଯାଇଥିଲା । ଇରାକ ଓ ଆପଗାନିସ୍ଥାନରେ ବ୍ୟବହାର ହେଉଥିବା ଏମ ୭୭୭ ତୋପକୁ ହେଲିକପଟର ଦ୍ୱାରା ସହଜରେ ଉଚ୍ଚତମ ଅଂଚଳକୁ ନିଆଯାଇ ପାରିବ । ଭାରତୀୟ ସେନାକୁ ନଭେମ୍ବର ୨୦୧୯ରେ ୪୦ ଏବଂ ନଭେମ୍ବର ୨୦୨୦ରେ ୫୦ ବଜ୍ର ତୋପ ମିଳିବ । ପ୍ରଥମଥର ଭାରତୀୟ ନିଜ ଅଂଚଳରେ ସ୍ୱଦେଶୀ କେ -୯ ବଜ୍ରର ପ୍ରଥମ ରେଜିମେଂଟର ପ୍ରସ୍ତୁତି କରୁଛି । ଏହା ପୂର୍ବରୁ ଏହି ପ୍ରକାର ତୋପ ଅଛି ଯାହା ସ୍ୱଦେଶୀ ଅଟେ । ଆଶ କରାଯାଉଛି କି, ଜୁଲାଇ ୨୦୧୯ ପର୍ଯ୍ୟନ୍ତ କେ-୯ ବଜ୍ର ସମ୍ପୂର୍ଣର୍ଭାବେ ପ୍ରସ୍ତୁତ ହୋଇଯିବ । ତିନି ମିନିଟରେ ୧୫ ରାଉଣ୍ଡର ଭୀଷଣ ଗୁଳି ବର୍ଷା କରିପାରିବ ଓ ୬୦ ମିନଟରେ ଏହା ଲଗାତାର ୬୦ ରାଉଣ୍ଡ ଫାଇରିଙ୍ଗ ମଧ୍ୟ କରିପାରିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close