CRICKETSPORTSPORTSTOP STORIES

ନ୍ୟୁଜିଲାଣ୍ଡ୍କୁ ୩୪ରନ୍ରେ ହରାଇଲା ଭାରତ

ଟି-୨୦ ମହିଳା ବିଶ୍ୱକପ୍

ଗୁଏନା, ୯ା୧୧: ୱେଷ୍ଟଇଣ୍ଡଜ୍ର ଗୁଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୩୪ରନ୍ରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ପ୍ରଥମେ ଟସ୍ ଜିତି ଭାରତୀୟ ମହିଳା ଦଳ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟିକା ହରମନ୍ପ୍ରିତ୍ କୌରଙ୍କ ୫୧ ବଲ୍ରୁ ଧୂଆଁଧାର ଶତକ (୧୦୩ ରନ୍) ବଳରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ନ୍ୟୁଜିଲାଣ୍ଡ ସାମ୍ନାରେ ୧୯୪ରନ୍ର ବିଶାଳ ସ୍କୋର ଛିଡା କରିଥିଲା । ମହିଳା ଟି-୨୦ରେ ହରମନ୍ପ୍ରିତ୍ ପ୍ରଥମ ଭାରତୀୟ ମହିଳାଭାବେ ଶତକ ଅର୍ଜନ କରିଛନ୍ତି । ବିଜୟଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍ ନିର୍ଦ୍ଦାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୦ରନ୍ କରିବାକୁ ସମର୍ଥ ହୋଇଥିଲା । ବୋଲିଂରେ ଭାରତ ତରଫରୁ ପୁନମ୍ ଯାଦବ ଓ ହେମଲତା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close